କଟକ ବଡ଼ ମେଡିକାଲ, କ୍ୟାପିଟାଲ ହସ୍ପିଟାଲ ଭଳି ବଡ଼ ଡାକ୍ତରଖାନା ଗୁଡ଼ିକରେ ଭିଡ଼ କମାଇବାକୁ ସରକାର ସ୍ୱତନ୍ତ୍ର ଯୋଜନା କରୁଛନ୍ତି । ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେସ ମହାଲିଙ୍ଗ ସୂନା ଦେଇଛନ୍ତି । ସବୁ ଗ୍ରାମ ପଞ୍ଚାୟତରେ ଆୟୁଷମାନ ଆରୋଗ୍ୟ ମନ୍ଦିର ହେବ। ପ୍ରାଇମେରୀ ହେଲଥ ସେଣ୍ଟର ପରି ଏହା କାମ କରିବ । ସେଥିରେ CHO ଏବଂ ଦୁଇ ଜଣ ଷ୍ଟାଫ ରହିବେ । ଏଠାରେ କେଉଁମାନେ ସ୍ବାସ୍ଥ୍ୟ ପାଇବାକୁ ଯୋଗ୍ୟ ଏବଂ ସ୍ବାସ୍ଥ୍ୟ ସେବା କିପରି ଚାଲିଛି ତାହା ତଦାରଖ କରିବେ ଆଶା ଦିଦି ଓ ANM । ପୂର୍ବରୁ ସମସ୍ତେ ଟ୍ରିଟମେଣ୍ଟ ଆଡ଼କୁ ଯାଇଥିଲେ । ରୋଗ, ହସ୍ପିଟାଲ ମେଡିସିନ ଦେଇ ଟ୍ରିଟମେଣ୍ଟ ହେଉଥିଲା । ବର୍ତ୍ତମାନ କିନ୍ତୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର CHO ଅଫିସରଙ୍କ ଦ୍ବାରା ପ୍ରିଭେଣ୍ଟିଭ ମୋଡ ଯିବା ପାଇଁ ଚେଷ୍ଟା କରୁଛି । ଜ୍ବର ହେଲେ ବି ସବସେଣ୍ଟରକୁ ଯାଉଛନ୍ତି । ସେହିପରି PHC, CHCକୁ ବି ଯାଉଛନ୍ତି । ସେଇ ଜ୍ବର ପେସେଣ୍ଟ ପୁଣି କ୍ୟାପିଟାଲ ଯାଉଛନ୍ତି । ପରେ କଟକ ବଡ଼ ମେଡିକାଲ ଯାଉଛନ୍ତି । ସେଥିପାଇଁ ବଡ଼ ଡାକ୍ତରଖାନା ଗୁଡ଼ିକରି ଚାପକିଭଳି କମିବ ସେନେଇ ସରକାର ଯୋଜନା କରୁଛନ୍ତି । କମ୍ୟୁନିଟି ହେଲଥ୍ ଅଫିସରମାନଙ୍କୁ ସ୍ଵତନ୍ତ୍ର ଭାବେ ଦାୟିତ୍ଵ ଦିଆଯାଇଛି । ସେମାନେ ୧୨୦ ପ୍ରକାର ମେଡିସିନରୁ ହିଁ ଲେଖିବେ। ତା ବାହାରେ ଲେଖିବେ ନାହିଁ । ଗାଇଡଲାଇନ୍ ଅନୁସାରେ ୧୨୦ ପ୍ରକାର ମେଡିସିନ ଭିତରୁ ହିଁ ଲେଖିବେ । ସରକାରଙ୍କ ପକ୍ଷରୁ ଏହି ମେଡିସିନ ବ୍ୟବସ୍ଥା କରାଯାଇଛି । ବାହାର ମେଡିସିନ ସେମାନେ ଲେଖି ପାରିବେ ନାହିଁ ।
