ସବୁ ଟ୍ରାଫିକ୍‌ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲାଗିବ ତୁଳସୀ ଗଛ ଜାଣନ୍ତୁ କାହିଁକି ?

ରାଜଧାନୀର ସବୁ ଟ୍ରାଫିକ୍‌ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲାଗିବ ତୁଳସୀ ଗଛ । ଏଭଳି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଅମ୍ଳଜାନ କମିକମି ଯାଉଛି । ତୁଳସୀ ଗଛ ଅମ୍ଳଜାନ ଦେଉଥିବାରୁ ଏହାକୁ ଯେତେ ଅଧିକ ରୁ ଅଧିକ ଟ୍ରାଫିକ୍‌ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲଗାଯିବ ।ମନ୍ତ୍ରୀ କହିଛନ୍ତି, ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ସମୟରେ ହଜାର ହଜାର ଗଛ ଲଗାଇବାର ପରିକଳ୍ପନା କରାଯାଇଛି। ସବୁ ୟୁଏଲବି(ପୌରସଂସ୍ଥା)କୁ ତୁଳସୀ ଗଛ ଲଗାଇବାକୁ ନିର୍ଦେଶ ଦିଆଯାଇଛି। ଏପରିକି ଅଁଳା ଓ ସଜନା ଗଛ ସମେତ ବାରମାସୀ ଶାଗ ଗଛ ବି ଲଗାଯିବ।

ଅଧିକ ପଢନ୍ତୁ

kc ads