ନୂଆଗାଁ: ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ମାଳିସାହି ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା କିଛି ଦିନତଳେ ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ନୂଆଗାଁ ଏନ୍ ପି ଏସ ଶିକ୍ଷକ ସଂଘ ପକ୍ଷରୁ ନୟାଗଡ ନୂଆ ରାଜବାଟି ନିକଟସ୍ଥ ତାଙ୍କ ବାସ ଭବନ ଠାରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ କରଯାଇଥିଲା।ଶିକ୍ଷକ ଅଶୋକ କୁମାର ପଣ୍ଡା, ସିଦ୍ଧାର୍ଥ ରତ୍ନ , ଗତିକୃଷ୍ଣ ପ୍ରଧାନ,ସତ୍ୟ ନାରାୟଣ ସାହୁ ,ଦେବରାଜ ସାହୁ , ପୂର୍ଣ୍ଣଚନ୍ଦ୍ର ଘଡେ଼ଇ ,ସୁରେନ୍ଦ୍ର କୁମାର ଖଣ୍ଡୁଆଳ,ଗୋବିନ୍ଦ ଚନ୍ଦ୍ର ଡାକୁଆ, ବନମାଳୀ ମିଶ୍ର,ଶିକ୍ଷୟତ୍ରୀ ପ୍ରଭାତୀ ମିଶ୍ର , କବିତା ନାୟକଙ୍କ ସମେତ ମାଳିସାହି କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ସ୍ବର୍ଗତ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ଙ୍କ ଅମର ଆତ୍ମା ର ସଦ୍ ଗତି କାମନା କରିବା ସହ ପରିବାରକୁ ସମବେଦନା ଜଣାଇଥିଲେ।

ସ୍ବର୍ଗତ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ଙ୍କ ସ୍ମୃତି ଚାରଣ କରିଥିଲେ।ପରିବାରକୁ ସମସ୍ତ ସରକାରୀ ସହାୟତା ମିଳିବାରେ ସଂଘ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ସଂଘର ସଭାପତି ଅଶୋକ କୁମାର ପଣ୍ଡା ସ୍ବର୍ଗତ ଶିକ୍ଷୟତ୍ରୀ ପଦ୍ମାବତୀ ଙ୍କ ପରିବାରକୁ ଜଣାଇଥିଲେ ।ଏହି ସ୍ମୃତି ଚାରଣ ସଭାକୁ ପରିଚାଳନା କରିଥିଲେ ସମାଜ ସେବୀ ଭଜମନ ପରିଡ଼ା,ଜିତେନ୍ଦ୍ର ସାହୁ ,ଶିକ୍ଷକ ଶ୍ରୀଧର ବେହେରା।