ସମସ୍ତ ନାଗରିକଙ୍କ ପାଇଁ ୟୁନିଭର୍ସାଲ ପେନ୍‌ସନ ସ୍କିମ୍‌: ସରକାର ଆଣୁଛନ୍ତି ନୂଆ ଯୋଜନା

ଭାରତରେ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ, ମୋଦି ସରକାର ଏକ ନୂଆ ଏବଂ ମହତ୍ୱାକାଂକ୍ଷୀ ପ୍ରକଳ୍ପ ଉପରେ କାମ କରୁଛନ୍ତି, ଯାହାକୁ Universal Pension Scheme: କୁହାଯାଏ। ଏହି ପେନସନ ଯୋଜନା ସମସ୍ତ ନାଗରିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ସୃଷ୍ଟି କରାଯାଉଛି, ଯେଉଁଥିରେ ଅସଂଗଠିତ କ୍ଷେତ୍ରର ଶ୍ରମିକ, ବ୍ୟବସାୟୀ, ସ୍ବନିଯୁକ୍ତ ବ୍ୟକ୍ତି ଏବଂ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତି ଅନ୍ତର୍ଭୁକ୍ତ ହେବେ।ସୂତ୍ର ଅନୁସାରେ, ନ୍ୟାସ୍‌ନାଲ ପେନ୍‌ସନ ସ୍କିମ୍‌ ଉପରେ ୟୁନିଭର୍ସାଲ ପେନ୍‌ସନ ସ୍କିମ୍‌ର କୌଣସି ପ୍ରଭାବ ପଡ଼ିବ ନାହିଁ। ଅଣସଙ୍ଗଠିତ କ୍ଷେତ୍ରଲାଗି ଅଟଳ ପେନ୍‌ସନ ଯୋଜନା କାର୍ଯ୍ୟକାରି ହେଉଛି । ଏ ସ୍କିମ୍‌ରେ ବ୍ୟକ୍ତିଙ୍କୁ ୬୦ ବର୍ଷ ପୂରଣ ହେବା ପରେ ମାସକୁ ୧୦୦୦ରୁ ୫୦୦୦ ଟଙ୍କା ମିଳିଥାଏ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ଯୋଜନା ବି ଚାଲିଛି ।

ଏଥିରେ ସଡ଼କପାର୍ଶ୍ୱ ଉଠାଦୋକାନୀ, ଘରୋଇ ସହାୟକ ଏବଂ ଶ୍ରମିକଙ୍କୁ ସରକାର ଆର୍ଥିକ ସହାୟତା ଦେଇଥାନ୍ତି । ସେହିଭଳି ଚାଷୀମାନଙ୍କ ପାଇଁ ପୃଥକ ଭାବେ ଏକ ସ୍କିମ୍‌ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଚାଲିଛି । ଏଥିରେ ନିବେଶକଙ୍କୁ ୬୦ ବର୍ଷ ହେବା ପରେ ସରକାର ପ୍ରତିମାସ ୩,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି । ନିକଟରେ କେନ୍ଦ୍ର ସରକାର ନୂଆ ପେନ୍‌ସନ ଯୋଜନା ୟୁନିଫାଏଡ୍‌ ପେନ୍‌ସନ ସ୍କିମ୍‌(ୟୁପିଏସ୍‌)କୁ ମଞ୍ଜୁରି ଦେଇଛନ୍ତି ।ଭାରତର ଜନସଂଖ୍ୟାରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୩୬ ସୁଦ୍ଧା, ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ସଂଖ୍ୟା ୨୨୭ ନିୟୁତରେ ପହଞ୍ଚିବ ବୋଲି ଆଶା କରାଯାଉଛି, ଯାହା ମୋଟ ଜନସଂଖ୍ୟାର ୧୫ ପ୍ରତିଶତ। ଏହି ସଂଖ୍ୟା 2050 ସୁଦ୍ଧା 347 ନିୟୁତରେ ପହଞ୍ଚିବ, ଯାହା ମୋଟ ଜନସଂଖ୍ୟାର 20 ପ୍ରତିଶତ ହେବ। ଏହି ବର୍ଦ୍ଧିତ ଜନସଂଖ୍ୟାକୁ ଆଖି ଆଗରେ ରଖି, ଏକ ବ୍ୟାପକ ପେନସନ ଯୋଜନାର ଆବଶ୍ୟକତା ଅନୁଭୂତ ହେଉଛି।

ଅଧିକ ପଢନ୍ତୁ