
ନୟାଗଡ,(ଓଡ଼ିଶା ଦର୍ପଣ):ନୟାଗଡରୁ ପ୍ରକାଶିତ ସାପ୍ତାହିକ ସମ୍ବାଦ ପତ୍ର ‘ ସମ୍ବାଦ ପରମ୍ପରା ‘ ଓ ଇଂରାଜୀ ପାକ୍ଷିକ ‘ ନୟାଗଡ ଲାଇଟ୍ ‘ ର ଯଥାକ୍ରମେ ୨୪ ତମ ଏବଂ ୯ମ ଜନ୍ମୋତ୍ସବ ସ୍ଥାନୀୟ କେ.ସି. କ୍ଲବ୍ ଠାରେ ପାଳିତ ହୋଇ ଯାଇଛି ।ଏହି ଉତ୍ସବ ରେ ନୟାଗଡ ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଏବଂ ନୟାଗଡ ପୌରପରିଷଦ ର ଅଧ୍ୟକ୍ଷା ନିରୁପମା ଖଟେଇ, ପ୍ରାକ୍ତନ ଅଧ୍ୟକ୍ଷ ଜନାବ୍ ଓମାର ମଲିକ୍,ଓ ଅଶୋକ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ମାନେ କହିଥିଲେ ଯେ – ସମାଜ ସଂସ୍କାର ସମସ୍ତ ସାମ୍ବାଦିକ ମାନଙ୍କର ଗୁରୁ ଦାୟିତ୍ବ ହେବା ଆବଶ୍ୟକ । ସାମ୍ବାଦିକ ମାନଙ୍କ ବିନା ଶାନ୍ତି ଓ ପ୍ରଗତି ଅସମ୍ଭବ। ଇତ୍ୟ ଅବସରରେ ଏକ ଶୀତ କବିତା ପାଠୋତ୍ସବ ର ଆୟୋଜନ କରାଯାଇଥିଲା ଏବଂ ଏଥିରେ ରାଜ୍ୟସ୍ତରୀୟ କବି ବୃନ୍ଦ ସେମାନଙ୍କର ସ୍ବରଚିତ କବିତା ପାଠ କରିଥିଲେ । ଏହି ଉତ୍ସବ ରେ କବିତା ଗୁଡ଼ିକୁ କ୍ଷଣପ୍ରଭା କର ଓ ନୀଳମାଧବ ମିଶ୍ର ସଂଯୋଜନା କରିଥିଲେ। ଦର୍ଶନ ର ସାମ୍ବାଦିକ ରଞ୍ଜନ କୁମାର ପରିଡ଼ା ଙ୍କୁ ସମ୍ବାଦ ପରମ୍ପରା -୨୦୨୪ ଏବଂ ଏମ୍. ଆଉରେଙ୍ଗ ଜେବ ଙ୍କୁ ନୟାଗଡ ଲାଇଟ୍ -୨୦୨୪ ସମ୍ମାନ ପ୍ରଦାନ କରାଯାଇଥିଲା। ଏଥି ସହିତ ଅନ୍ୟାନ୍ୟ ୧୩ ଜଣଙ୍କୁ ସେମାନଙ୍କ ର ମହାନ ବ୍ୟକ୍ତିତ୍ଵ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବ ରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହାକୁ ପରିଚାଳନା କରିଥିଲେ।