ସମୀର ୱାନଖଡେଙ୍କୁ ଆଶ୍ଵସ୍ତି, ସେ ଅନୁସୂଚିତ ଜାତିର ବୋଲି ସ୍ଵୀକାର କଲେ ଏସସି କମିଶନ

ନୂଆଦିଲ୍ଲୀ(ଓଡିଶା ଦର୍ପଣ): ଏନସିବି ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେଙ୍କୁ ଅନୁସୂଚିତ ଜାତି ପାଇଁ ଜାତୀୟ ଆୟୋଗରୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି ବେଳେ ଏସସି କମିଶନ ମାନିଛନ୍ତି ଯେ, ସମୀର ୱାନଖଡେ ଅନୁସୂଚିତ ଜାତିର ଅଟନ୍ତି। ଏହା ଦ୍ଵାରା ଦୀର୍ଘ ମାସ ଧରି ଚାଲିଆସୁଥିବା ଏହି ଘଟଣାରୁ ସମୀର ୱାନଖେଡେଙ୍କୁ ବଡ ଆଶ୍ଵସ୍ତି ମିଳିଛି। ଉଲ୍ଲେଖ ଯୋଗ୍ୟ ଯେ, ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନବାବ ମଲିକ ପୂର୍ବତନ ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଅଧିକାରୀ ସମୀର ୱାନଖେଡେଙ୍କୁ ଏକ ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ୱାନଖେଡେ ଜଣେ ମୁସଲମାନ, ସେ ଅନୁସୂଚିତ ଜାତି ମହାର ସମ୍ପ୍ରଦାୟର ନୁହଁନ୍ତି। ମଲିକ କହିଥିଲେ ଯେ, ୱାନଖେଡେ ଏକ ଜାଲ୍ ଜାତି ପ୍ରମାଣପତ୍ର ମାଧ୍ୟମରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କ ଅଭିଯୋଗକୁ ପ୍ରମାଣ କରିବା ପାଇଁ ନବାବ ମଲିକ ଏକ ସାମ୍ବାଦିକ ସମ୍ମିଳନୀରେ ୱାନଖେଡେଙ୍କ ମୂଳ ଜନ୍ମ ପ୍ରମାଣପତ୍ର ଭାବରେ ତାଙ୍କ ଟ୍ୱିଟରରେ ସେୟାର କରିଥିଲେ। ଏହି ସାର୍ଟିଫିକେଟରେ ସମୀରଙ୍କ ପିତାଙ୍କ ନାମ ‘ଦାଉଦ କେ ୱାନଖେଡେ’ ଭାବରେ ଲେଖାଯାଥିଲା। ଯେଉଁଠାରେ ଧର୍ମ ସ୍ଥାନରେ ‘ମୁସଲମାନ’
ଲେଖାଯାଇଥିଲା। ତେବେ ଏହି ମାମଲାରେ ୱାନଖେଡେଙ୍କ ପିତା ଜ୍ଞାନଦେବ ୱାନଖେଡେ ମଲିକଙ୍କୁ ରାଜନୀତି କରୁଥିବା ଅଭିଯୋଗ କରିଥିଲେ ଏବଂ ମୁଁ ଧର୍ମ ପରିବର୍ତ୍ତନ କରି ନାହିଁ ବୋଲି କହିଥିଲେ। ସେ କହିଥିଲେ ଯେ, ଏହି ସବୁ ଅଭିଯୋଗ ମିଥ୍ୟା ଅଟେ। ତାଙ୍କର ଏକ ଅନ୍ୟ ଜାତିରେ ବିବାହ ହୋଇଥିଲା, କିନ୍ତୁ ସେ କିମ୍ବା ତାଙ୍କ ପତ୍ନୀ କଦାପି ଧର୍ମ ପରିବର୍ତ୍ତନ କରିନଥିଲେ।

ଅଧିକ ପଢନ୍ତୁ

kc ads