ସମୁଦ୍ରରେ ପ୍ରଦୂଷଣ ରୋକିବାକୁ ଭାରତୀୟ ତଟ ରକ୍ଷକ ବାହିନୀ ଉତ୍ତର-ପୂର୍ବ ଅଞ୍ଚଳ ପକ୍ଷରୁ ବୁଧବାର ପ୍ରଦୂଷଣ ପ୍ରତିକ୍ରିୟା ଅଭ୍ୟାସ (ମକ ଡ୍ରିଲ) କରାଯାଇଛି। ପାରାଦୀପ ଉପକୂଳ ଠାରୁ ୩୫ କିମି ଗଭୀର ସମୁଦ୍ରରେ ଏହି ମକ୍ ଡ୍ରିଲ ଅନୁଷ୍ଠିତ ହୋଇଛି।ସ୍ବତନ୍ତ୍ର ଜାହାଜ ଓ ଡୋର୍ନିଅର ବିମାନ ସହ ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ ଗଭୀର ସମୁଦ୍ରରୁ କିପରି ଅପରେସନ କରାଯିବ ସେ ନେଇ ଏକ୍ସରସାଇଜ୍ କରାଯାଉଛି। ଗଭୀର ସମୁଦ୍ରରୁ ଆରମ୍ଭ କରି ସମୁଦ୍ର ତଟ ପର୍ଯ୍ୟନ୍ତ ସ୍ବଚ୍ଛତା ବଜାୟ ରଖିବା ଓ ସାମୁଦ୍ରିକ ପରିବେଶ ପରିଷ୍କାର ରଖିବା ଦିଗରେ କୋଷ୍ଟଗାର୍ଡର ଭୂମିକା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ମକଡ୍ରିଲ କରାଯାଉଛି।ଉକ୍ତ ଅଭ୍ୟାସ କାର୍ଯ୍ୟକ୍ରମରେ ଭାରତୀୟ ତଟ ରକ୍ଷକ ବାହିନୀ ଯୁଦ୍ଧ ଜାହାଜ ବିଜୟ ସମେତ ଭରଦ,ଅମୋଘ, ଅଦମ୍ୟ, କମଳାଦେବୀ,ଅମ୍ରିତକୌର ଓ ସି -୪୨୬ ସାମିଲ ହୋଇଛନ୍ତି। ଏହା ବାଦ ଆଇଓସିଏଲ ବୋଟ,ପାରାଦୀପ ବନ୍ଦର ପ୍ରାଧିକରଣ ବୋଟ ଓ ଟଗ ବୋଟ ଅଂଶ ଗ୍ରହଣ କରିଥିଲେ। ଆଇସିଜିର ଡୋନିଆର ଉଡାଜାହାଜ ଭୁବନେଶ୍ୱରରୁ ଆସି ପାରାଦୀପରେ ମକ ଡ୍ରିଲରେ ଅଂଶ ଗ୍ରହଣ କରିଥିଲା। ଉକ୍ତ ମକ୍ ଡ୍ରିଲରେ ଜାହାଜର ୪ ଶହରୁ ଊର୍ଦ୍ଧ୍ବ କର୍ମଚାରୀ ଭାଗ ନେଇଛନ୍ତି।
