ବାଲେଶ୍ୱର ସମୁଦ୍ର ମଝିରେ ଦେଖିବାକୁ ମିଳିଛି ଏକ ବଡ ଆଶ୍ଚର୍ଯ୍ୟର ବସ୍ତୁ ଯାହାକୁ ଦେଖିବା ପାଇଁ ଲୋକ ମାନଙ୍କର ନାହିଁ ନ ଥିବାର ଭିଡ ଜମୁଛି । ସମୁଦ୍ର ମଝିରେ ଏ ଦୃଶ୍ୟକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲା ଉଦୟପୁର ସମୁଦ୍ର ନିକଟରେ ଠାବ ହେଲା ବିରାଟ ଲୁହା ବସ୍ତୁ ।ବାତ୍ୟା ଦାନା କାରଣରୁ ଏହା ଭୋଗରାଇ ଉଦୟପୁର ସମୁଦ୍ର ନିକଟକୁ ଭାସିଆସିଥିବା ଅନୁମାନ କରାଯାଉଛି। ଏହି ଲୁହା ବସ୍ତୁଟିରେ B.I.W.T.A ଲେଖାଯାଇଥିବାବେଳେ ବର୍ତ୍ତମାନ ଏହା ଦିଘା ସମୁଦ୍ର କୂଳ ନିକଟରେ ପହଁଞ୍ଚିଲାଣି।
ସେପଟେ କିଛି ମତ୍ସ୍ୟଜୀବୀ କହିଛନ୍ତି ଏହା ମଝି ସମୁଦ୍ରରେ ଜାହାଜକୁ ମାର୍ଗ ଦର୍ଶାଇଥାଏ। ଅର୍ଥାତ ମଝି ସମୁଦ୍ରରେ ଜାହାଜମାନଙ୍କୁ ସିଗନାଲ ଦେଇଥାଏ। ତେବେ ସେଥିରେ ଲାଗିଥିବା କିଛି ମୂଲ୍ୟବାନ ଜିନିଷ କେହି ବାହାର କରିନେଇଥିବା ଜଣାପଡ଼ିଛି।