ସମୂହ ଦୀପଦାନ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ

ନୟାଗଡ଼,(ଓଡ଼ିଶା ଦର୍ପଣ): ଗତକାଲି କାଶ୍ମୀରର ପହେଲେଗାଓ ଠାରେ ଆତଙ୍କବାଦୀ ମାନଙ୍କ ଦ୍ୱାରା ଅତ୍ୟନ୍ତ ବର୍ବୋରଚିତ ତଥା ହୃଦୟ ବିଦାରକ ନରସଂହାର ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ।  ନାମ ଏବଂ ଧର୍ମ ପଚାରି ଯେପରି ୨୭ଜଣ ହିନ୍ଦୁଙ୍କୁ ହତ୍ୟା କରାଗଲା ତାହାଠାରୁ ଘୃଣ୍ୟ କାର୍ଯ୍ୟ ଆଉ କଣ ଥାଇପାରେ। ଏହି ଘୃଣ୍ୟ କାର୍ଯ୍ୟର ଦୃଢ଼ ନିନ୍ଦା ଏବଂ ପ୍ରତିବାଦ ତଥା ଦିବଂଗତ ଆତ୍ମା ମାନଙ୍କର ସଦଗତି ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ପୁରୁଣା ସହର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସାମନାରେ ଆଜି ସନ୍ଧ୍ୟା ୭ଟା ସମୟରେ ଦୀପଦାନ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ସାହୁ,ମଡେଲ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ. ମାନସ ରଞ୍ଜନ ଶତପଥୀ, ଅଧ୍ୟାପକ ଡ. ଦିଲ୍ଲୀପ କୁମାର ମିଶ୍ର, ସାହିତ୍ୟିକ ଡ. ନିର୍ମଳ ଚନ୍ଦ୍ର ଶୁରଦେଓ,ହସ୍ୟାଭିନେତା ରବୀନ୍ଦ୍ର ରାଉତ, ଶିକ୍ଷକ ପ୍ରଶାନ୍ତ ପଟ୍ଟନାୟକ, ପ୍ରଦୀପ୍ତ ଡାକୁଆ,କୈଳାସ ଚନ୍ଦ୍ର ରଥ, ପୂର୍ଣଚନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ରହି ମୃତକଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଅଧିକ ପଢନ୍ତୁ

kc ads