ସମ୍ବଲପୁରମୁହାଁ ହୋଇଛନ୍ତି ଛତିଶଗଡ଼ି ମାଓବାଦୀ! ସମ୍ବଲପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ଗତିବିଧି ବଢିଥିବା ସନ୍ଦେହ କରାଯାଉଛି। ସୋନପୁର, ବୌଦ୍ଧ, ରେଢାଖୋଲ ଅଞ୍ଚଳର ଢେଙ୍ଗୁ ଡ୍ୟାମକୁ ଲାଗି ରହିଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ସକ୍ରିୟ ଥିବା ଗୁଇନ୍ଦା ସୂଚନା ମିଳିଛି। ସୂଚନାମୁତାବକ ଛତିଶଗଡରେ ଜୋରଦାର ଅପରେସନ ପରେ ଏବେ ଓଡ଼ିଶା ମୁହାଁ ମାଓବାଦୀ । ଛତିଶଗଡ଼ରେ ମାଓ ବିରୋଧୀ ଅପରେସନ ‘କାଗାର’କୁ ମିଳିଛି ବଡ଼ ସଫଳତା । ଧୀରେ ଧୀରେ ଭୁଶୁଡୁଛି ନକ୍ସଲଙ୍କ ଗଡ଼ । ଛତିଶଗଡ଼ ସୀମାନ୍ତ କେରେଗୁଟ୍ଟା ଜଙ୍ଗଲରେ ନକ୍ସଲ ଦମନ ଅଭିଯାନ ଜୋରଦାର ଚାଲିଥିଲା । ଅନେକ ମାଓବାଦୀ ନିହତ ହୋଇଥିବା ବେଳେ ଅନେକ ମୁଖ୍ୟ ସ୍ରୋତକୁ ଫେରୁଛନ୍ତି । ତେଣୁ ମାଓବାଦୀମାନେ ସମ୍ବଲପୁର ଆଡ଼କୁ ଅଗ୍ରସର ହେଉଥିବା କୁହାଯାଉଛି। ଏବେ ସୁରକ୍ଷାକର୍ମୀ ସମ୍ବଲପୁରମୁହାଁ ହୋଇଥିବା ଛତିଶଗଡ଼ି ମାଓବାଦୀଙ୍କୁ ସଫା କରିବାର ସମୟ ଆସିଛି। ଏହାଫଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ଲକ୍ଷ୍ୟ ପୂରଣ ହେବ।
