ସମ୍ବଲପୁର ଜିଲ୍ଲା ଦୌରାଜଜ୍ କୋର୍ଟକୁ ପୁଣି ଥରେ ବୋମା ଧମକ ମିଳିଛି। ବୋମା ଧମକ ମିଳିବା ପରେ ଘଟଣାସ୍ଥଳରେ ପୁଲିସ୍ ଏବଂ ବମ୍ ସ୍କ୍ଵାଡ୍ ପହଞ୍ଚି ଯାଞକରୁଛି। ଛି। କିଏ ଧମକ ଦେଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ।ଖବର ଅନୁଯାୟୀ,ରବିବାର ବିଳମ୍ବିତ ରାତିରେ ସମ୍ବଲପୁର କୋର୍ଟକୁ ଆସିଥିଲା ବୋମାର ଧମକ । ପୂର୍ବରୁ ମଧ୍ୟ ସମ୍ବଲପୁର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଆସିଥିଲା ଧମକ । ଆଉ ଏବେ ପୁଣି ଥରେ ସେହିଭଳି ଭାବରେ ଆସିଛି ଧମକ । ତେବେ ଧମକ ପରେ ଜିଲ୍ଲା ପ୍ରଶାସନ ପୁରା ଆକ୍ସନମୋଡକୁ ଆସିଛି । ତୁରନ୍ତ ଜିଲ୍ଲା ପୋଲିସ, ବମ୍ ସ୍କ୍ୱାର୍ଡ, ଡଗ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନ୍ତି । ଏପିରିକି ସମ୍ବେଦନଶୀଳ ସ୍ଥାନମାନଙ୍କରେ ତନତନ କରି ଯାଞ୍ଚ କରୁଛନ୍ତି ।
