ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ଏମ୍ଡି ସାମଦକୁ ଏନକାଉଣ୍ଟର କରିଛି ପୁଲିସ । ଏମ୍ଡି ସାମଦର ବାମ ଗୋଡ଼ରେ ଗୁଳି ବାଜିଛି । ମଙ୍ଗଳବାର ରାତିରେ ଆସୱାକ୍ ଖାନ ନାମ ଜଣେ ବ୍ୟକ୍ତିଙ୍କୁ ସାମଦ ଓ ତାର ଭାଇ ଓ୍ବାସିମ ଛୁରାମାଡ କରି ହତ୍ଯା କରିଥିଲେ | ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ପୋଲିସ ଉପରକୁ ସେମାନେ ଗୁଳିଚାଳନା କରିଥିଲେ । ପୋଲିସର ପାଲଟା ଗୁଳିରେ ଆହତ ହୋଇଛି ସାମଦ । ତାର ଭାଇ ଓ୍ବାସିମ ଫେରାର ଅଛି ।ଘଟଣାସ୍ଥଳରୁ ପୁଲିସ ୭.୬ ଏମଏମ ଗୋଟିଏ ପିସ୍ତଲ ଓ ଗୋଟିଏ ବାଇକ ଜବତ କରିଛି ।
