ସମ୍ବଲପୁର ବିଶ୍ଵବିଦ୍ୟାଳୟର ଛାତ୍ରୀଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ।

Sambalpur Uiversityରେ ଅଧ୍ୟୟନରତ ଜଣେ ଛାତ୍ରୀଙ୍କୁ ଭିଆଇପି ରାସ୍ତାର ମେଟାକାନି ମନ୍ଦିର ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୁର୍ଲା ପୋଲିସ ଉଦ୍ଧାର କରି ବୁର୍ଲା Vimsarରେ ଭର୍ତ୍ତି କରିଛି। ଛାତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ଉଦ୍ଧାର ଛାତ୍ରୀ ଲାଇବ୍ରେରୀ ସାଇନ୍ସ ବିଭାଗର ବୋଲି ଜଣାପଡିଛି। ଅନ୍ୟପକ୍ଷେ ଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା ।

ତେବେ ଛାତ୍ରୀଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ମୁଖ୍ୟ ଅଭିଯୁକ୍ତ ରାକେଶ ଦାସକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ନିକଟରୁ ଗିରଫ କରାଯାଇଛି। ପ୍ରେମ ସମ୍ପର୍କକୁ ନେଇ ଆକ୍ରମଣ କରାଯାଇଥିବା ପ୍ରେସମିଟରେ ଖୁଲାସା କରିଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ସମ୍ବଲପୁର ଏସପି ମୁକେଶ ଭାମୁ। କେବଳ ଜଣେ ବ୍ୟକ୍ତି ହିଁ ଆକ୍ରମଣ କରିଥିଲା ।

ଅଧିକ ପଢନ୍ତୁ