ସମ୍ବଲପୁର ମେଡ଼ିକାଲରେ ଛାତରୁ ଡେଇଁପଡ଼ିଲେ ରୋଗୀ । ସମ୍ବଲପୁର ବୁର୍ଲା ମେଡିକାଲରେ ଛାତରୁ ଡେଇଁ ରୋଗୀ ଗୁରୁତର ହୋଇପଡ଼ିଛନ୍ତି । ପ୍ରଥମ ମହଲା ଛାତରୁ ଡେଇଁ ରୋଗୀ ଜୀବନ ହାରିବା ପାଇଁ ଉଦ୍ୟମ କରିଛନ୍ତି । ରୋଗୀ ଜଣକ ହେଉଛନ୍ତି ବରଗଡ଼ ଜିଲ୍ଲା ଅଞ୍ଚଳର । ଗୁରୁତର ଅବସ୍ଥାରେ ତାଙ୍କୁ ଭୀମସାର କାଜୁଆଲଟିରେ ତାଙ୍କୁ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ ଗତକାଲି ଧାରୁଆ ଅସ୍ତ୍ରରେ ନିଜ ତଣ୍ଟି କାଟି ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସମ୍ପୃକ୍ତ ରୋଗୀଙ୍କ ମାନସିକ ସ୍ଥିତି ଠିକ ନଥିବା ଡାକ୍ତର କହିଛନ୍ତି ।