ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଜିଲା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ଏବଂ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ତ୍ଵାବଧାନରେ ଇନସ୍ପାୟାର ମହାବିଦ୍ୟାଳୟ, ନୟାଗଡ଼ ଠାରେ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ, ନୟାଗଡ଼ଙ୍କ ତରଫରୁ ନାଗରିକମାନଙ୍କ ପାଇଁ ସମ୍ବିଧାନରେ ଥିବା କର୍ତ୍ତବ୍ୟ ଓ ଅଧିକାର ସମ୍ବନ୍ଧରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସଚିବ ଅଞ୍ଜଳି ମଛଖଣ୍ଡ ମୁଖ୍ୟଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିବିରକୁ ଉଦ୍ଘାଟନ କରି ନିଜ ବକ୍ତବ୍ୟରେ ଇନସ୍ପାୟାର ମହାବିଦ୍ୟାଳୟର
ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ସମ୍ବିଧାନର ୩୨ ଧାରାରେ ଥିବା ଆଇନ୍ର ବିଧିବ୍ୟବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ଜଣେ ଭାରତୀୟ ନାଗରିକର ୬ଗୋଟି କର୍ତ୍ତବ୍ୟ ଓ ୧୧ ଗୋଟି ଅଧିକାର କ’ଣ କ’ଣ ସେ ବିଷୟରେ ସମବେତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ଅନ୍ୟତମ ସମ୍ମାନିତ ଅତିଥିଭାବେ ଅଧିବକ୍ତା ରମେଶ ଚନ୍ଦ୍ର
ମହାରଣା, ଆଇନ୍ଜୀବୀ କବିତା ମିଶ୍ର, ସ୍ଵେଚ୍ଛାସେବୀ ଅମନ ମିଶ୍ର ଏବଂ ଇନ୍ୟାର କଲେଜର ଓଡ଼ିଆ ଅଧ୍ୟାପକ ମାନସ କୁମାର ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ରହି ନିଜନିଜର ବକ୍ତବ୍ୟ ରଖିଥିଲେ। ଉକ୍ତ ଶିବିରଟିକୁ ସଫଳ କରିବାରେ ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ଗ୍ରାମୀଣ ଆଇନ୍ ସଚେତନତା କର୍ମୀ ପ୍ରଫୁଲ୍ଲ କୁମାର ବେହେରା,ମମତା ବେହେରା, ଶୁଭସ୍ମିତା ମିଶ୍ର, ପ୍ରମୋଦ କୁମାର ମହାନ୍ତି, ରମେଶ ଚନ୍ଦ୍ର ବେହେରା ଏବଂ ପ୍ରାଧିକରଣର କର୍ମଚାରୀ ପବନ କୁମାର ବେହେରା, ପ୍ରଶାନ୍ତ କୁମାର ସାହୁ ଏବଂ ରାଜେଶ କୁମାର ବାରିକ ପ୍ରମୁଖ ସହଯୋଗ କରିଥିଲେ।