ନୟାଗଡ଼,(ଓଡ଼ିଶା ଦର୍ପଣ):ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରୀ କଲେଜରେ ସମ୍ବିଧାନ ଦିବସ ଆୟୋଜିତ ହୋଇଯାଇଅଛି।ଉକ୍ତ ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ସଭାପତିତ୍ବ କରିଥିବାବେଳେ ଶତାଧିକ ଛାତ୍ରଛାତ୍ରୀଙ୍କୁ ଭାରତୀୟ ସମ୍ବିଧାନ ଓ ଏହାର ସାଧାରଣ ଜୀବନରେ ଉପାଦେୟତା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ଦ୍ବାରା ସମବେତ ଭାବରେ ସମ୍ବିଧାନର ପ୍ରିଆମ୍ବଲ୍ ପାଠ କରାଯାଇଥିଲା। ଏହି ଅବସରରେ “ଏକ ରାଷ୍ଟ୍ର-ଏକ ନିର୍ବାଚନ” ବିଷୟ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ରାଜନୀତି ବିଜ୍ଞାନ ବିଶେଷଜ୍ଞ ଅଧ୍ୟାପକ ମନୋରଞ୍ଜନ ରାଉତ ଏହି ଆଲୋଚନା ଚକ୍ରରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ “ ଭାରତ ଦେଶରେ ଏକ ସମୟରେ ନିର୍ବାଚନର ଆବଶ୍ୟକତା” ବିଷୟରେ ଆଲୋଚନା କରିଥିଲେ। ସଭାର ପ୍ରାରମ୍ଭିକ ସୂଚନା ଅଧ୍ୟାପିକା ମଧୁସ୍ମିତା ମହାପାତ୍ର ପ୍ରଦାନ କରିଥିବା ବେଳେ ଡ଼ ଜ୍ୟୋତ୍ସ୍ନାରାଣୀ କର ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାରେ ମହାବିଦ୍ୟାଳୟର ଗୌରମୋହନ ସାହୁ, ଦୀପିକାରାଣୀ ତୁରୁକ୍, ରୀନାବାଳା ଘଡ଼େଇ, ରୋଜାଲିନ ମହାପାତ୍ର, ପୂଜା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।