ସମ୍ବିଧାନ ବଞ୍ଚାଅ ସମାବେଶ ନୁହଁ ଏହା କଂଗ୍ରେସ ବଞ୍ଚାଅ ସମାବେଶ – ଭାଜପା ଉପସଭାପତି

ଭୁବନେଶ୍ୱର (ଓଡିଶା ଦର୍ପଣ )ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ । ବରମୁଣ୍ଡା ପଡ଼ିଆରେ ସାଧାରଣ ସଭା କାର୍ଯ୍ୟକ୍ରମରେ ଦେବେ ଯୋଗ । ରାଜ୍ୟ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଆଜି ଓଡ଼ିଶା ଆସିଛନ୍ତି ରାହୁଲ ଗାନ୍ଧୀ ।ରାଜଧାନୀ ଭୁବନେଶ୍ବରରେ ୫୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଡଗ ସ୍କ୍ବାଡ ଓ ବମ ସ୍କ୍ବାଡ ଟିମ ନିୟୋଜିତ ହୋଇଛନ୍ତି। ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ନେଇ ରାଜ୍ୟ ଭାଜପା ପ୍ରେସମିଟ କରି କଂଗ୍ରେସ ଉପରେ ବର୍ଷିଛନ୍ତି। ରାଜ୍ୟ ଭାଜପା ଉପସଭାପତି ବିରଞ୍ଚି ତ୍ରିପାଠୀ କଂଗ୍ରେସକୁ ଟାର୍ଗେଟ୍‌ କରି କହିଛନ୍ତି, କଂଗ୍ରେସ ଆଜି ମଧ୍ୟ ହତାସା ଭିତରେ ରହିଛି। କଂଗ୍ରେସ ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଇଛି। ସମ୍ବିଧାନ ବଞ୍ଚାଅ ସମାବେଶ ନୁହଁ ଏହା କଂଗ୍ରେସ ବଞ୍ଚାଅ ସମାବେଶ ।ଖାଲି ଏତିକି ନୁହେଁ ବିଜେପି ଆହୁରି ମଧ୍ୟ କହିଛି, ୧୯୭୫ ମସିହାରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରି ସମ୍ବିଧାନର କଣ୍ଠରୋଧ କରିଥିଲା । ସେ ସମୟରେ ୫ ଥର ସମ୍ବିଧାନ ସଂଶୋଧନ କରଯାଇଛି । ୪୨ତମ ସଂଶୋଧନରେ ସମ୍ବିଧାନର ବିନା ଚର୍ଚ୍ଚା ଆଲୋଚନାରେ ମୁଖବନ୍ଧକୁ ବି ବଦଳାଇ ଦେଇଥିଲା କଂଗ୍ରେସ । ରାହୁଲ ଗାନ୍ଧୀ କ୍ୟାବିନେଟର ସଦସ୍ୟ ନଥାଇ କ୍ୟାବିନେଟ ଅଧ୍ୟାଦେଶକୁ ଚିରିକି ଫୋପାଡ଼ିଥିବା ବ୍ୟକ୍ତି ଆଉ ସେ ସମ୍ବିଧାନର କଥା କ’ଣ କହିବେ । ୧୦୦ରୁ ଊର୍ଦ୍ଧ୍ଵ ଥର ସମ୍ବିଧାନର ଅପବ୍ୟବହାର କରି ବିଭିନ୍ନ ରାଜ୍ୟରେ ସରକାର ଭାଙ୍ଗି ସମ୍ବିଧାନରେ ହତ୍ୟା କରିଛି କଂଗ୍ରେସ ।

ଅଧିକ ପଢନ୍ତୁ

Odisha Darpan Digital