ସରକାରଙ୍କ ଏହି ସ୍କିମରେ ପ୍ରତିମାସ ମିଳିବ ୩୦୦୦ ଟଙ୍କା ପେନସନ

ଭୁବନେଶ୍ଵର,(ଓଡିଶା ଦର୍ପଣ): କେନ୍ଦ୍ର ସରକାରଙ୍କ ତରଫରୁ ଶ୍ରମିକଙ୍କ ପାଇଁ ଅନେକ ଯୋଜନା କରାଯାଇଛି। ଯେଉଁଥିରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା। ଏହି ଯୋଜନା ଅନୁଯାୟୀ ରିକ୍ସା ଚାଳକ, ନିର୍ମାଣ ଶ୍ରମିକ ଏବଂ ଅସଂଗଠିତ ଅଞ୍ଚଳ ସହ ଜଡିତ ଲୋକଙ୍କୁ ବୃଦ୍ଧାବସ୍ଥାରେ ପେନସନ ମିଳିପାରିବ । ଯୋଜନା ଅନୁଯାୟୀ ସରକାର ଶ୍ରମିକଙ୍କୁ ପେନସନର ଗ୍ୟାରେଣ୍ଟି ଦେଉଛନ୍ତି । ଏହି ଯୋଜନାରେ ଆପଣ ପ୍ରତିଦିନ କେବଳ ୨ ଟଙ୍କା ବଞ୍ଚାଇ ପ୍ରତିବର୍ଷ ୩୬ ହଜାର ଟଙ୍କା ପେନସନ ପାଇପାରିବେ ।

ଏହି ସ୍କିମକୁ ଆରମ୍ଭ କରିବା ପରେ ଆପଣଙ୍କୁ ପ୍ରତିମାସରେ ୫୫ ଟଙ୍କା ଅର୍ଥାତ୍ ପ୍ରତିଦିନ ୨ ଟଙ୍କାରୁ ବି କମ୍ ଜମା କରିବାକୁ ପଡ଼ିବ। ଏମିତିରେ ଦେଖିଲେ ଯଦି ଜଣେ ୧୮ ବର୍ଷରୁ ଅଧିକ ବୟସର ପ୍ରତିଦିନ ଯଦି ୨ ଟଙ୍କା ବଞ୍ଚାଉଛନ୍ତି ତେବେ ବାର୍ଷିକ ୩୬ ହଜାର ଟଙ୍କା ପେନସନ ପାଇପାରିବେ । ଯଦି କୌଣସି ବ୍ୟକ୍ତି ୪୦ ବର୍ଷ ବୟସରୁ ଏହି ସ୍କିମରେ ନିବେଶ କରୁଛନ୍ତି ତେବେ ତାଙ୍କୁ ପ୍ରତିମାସ ୨୦୦ ଟଙ୍କା ଜମା କରିବାକୁ ହେବ । ୬୦ ବର୍ଷ ପରେ ତାଙ୍କୁ ପେନସନ ମିଳିବା ଆରମ୍ଭ ହେବ। ୬୦ବର୍ଷ ପରେ ଆପଣଙ୍କୁ ୩୦୦୦ ଟଙ୍କା ପ୍ରତିମାସ ହିସାବରେ ପ୍ରତିବର୍ଷ ୩୬ ହଜାର ଟଙ୍କା ପେନସନ ମିଳିବ। ଏହି ଯୋଜନାର ଲାଭ ନେବା ପାଇଁ ଆପଣଙ୍କ ପାଖରେ ସେଭିଙ୍ଗ୍ ଆକାଉଣ୍ଟ ରହିଥିବା ଆବଶ୍ୟକ । ଏହି ଯୋଜନା ପାଇଁ ଆପଣଙ୍କୁ କମନ ସର୍ଭିସ ସେଣ୍ଟର ବା ଜନସେବା କେନ୍ଦ୍ରରେ ଅନଲାଇନ ପୋର୍ଟାଲରେ ପଞ୍ଜୀକରଣ କରାଇବାକୁ ହେବ । ଏହି ସେଣ୍ଟର ଦ୍ୱାରା ଅନଲାଇନ ସବୁ ତଥ୍ୟ ଭାରତ ସରକାରଙ୍କ ପାଖରେ ପହଞ୍ଚିଯିବ । ପଞ୍ଜୀକରଣ ପାଇଁ ଆପଣଙ୍କୁ ଆପଣଙ୍କ ଆଧାର କାର୍ଡ ନମ୍ବର, ସେଭିଙ୍ଗ୍ସ ଆକାଉଣ୍ଟ ବା ଜନଧନ ଆକାଉଣ୍ଟ ନମ୍ବର, ମୋବାଇଲ ନମ୍ବର ଦରକାର । ଏହା ସହ ଏକ ସହମତି ପତ୍ର ମଧ୍ୟ ଦେବାକୁ ହେବ ଏହାକୁ ବ୍ୟାଙ୍କ ବ୍ରାଞ୍ଚରେ ମଧ୍ୟ ଦେବାକୁ ହେବ ଯାହାଦ୍ୱାରା ପ୍ରତି ମାସରେ ଆକଉଣ୍ଟରୁ ଟଙ୍କା କଟିପାରିବ ।

ଅଧିକ ପଢନ୍ତୁ

kc ads