ଓଡ଼ିଶା ବିଧାନସଭାରେ ଆଜିଠାରୁ ଆରମ୍ଭ ହୋଇଛି ବଜେଟ୍ ଅଧିବେଶ । ପ୍ରଥମ ଦିନରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଅଭିଭାଷଣ ଦେଉଛନ୍ତି । ଏହାରି ମଧ୍ୟରେ ସେ କହିଛନ୍ତି ଯେ, ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ । ପ୍ରଥମ ୨ ବର୍ଷରେ ୬୫,୦୦୦ ପଦବୀ ପୂରଣ ହେବ । ତେବେ ଏହି ଅଧିବେଶନ ପୂର୍ବରୁ ରାଜ୍ୟ ସରକାର ଏକ ଶ୍ୱେତପତ୍ର ଜାରି କରିଛନ୍ତି । ଏଥିରେ ବିଭିନ୍ନ ଯୋଜନା ବାବଦରେ ଉଲ୍ଲେଖ ରହିଛି । ରାଜ୍ୟ ସରକାର ସହରାଞ୍ଚଳ ରେ ସୁଦୃଢ ଗମନାଗମନ ବ୍ୟବସ୍ଥା ସମୃନ୍ଧ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ସେଥିପାଇଁ ସରକାରଙ୍କ ନୂଆ ଯୋଜନା ‘ଅର୍ବାନ ମୋବିଲିଟି’ ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଭୁବନେଶ୍ୱର ପାଇଁ ୧୫୦ଟି ଇ-ବସ୍ କ୍ରୟ ଏବଂ ୮ଟି ଅତିରିକ୍ତ ସହରକୁ ମୋ ବସ୍ ସେବା ମିଳିବ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନା ଅଧୀନରେ ରାଜ୍ୟର ବିଭିନ୍ନ ସହରରେ ୪୦୦ଟି ଇ-ବସ୍ ନିୟୋଜିତ କରାଯିବ । ଏହା ଦ୍ୱାରା ସଂଯୋଗୀକରଣ ବୃଦ୍ଧି,ପରିବେଶ ପ୍ରଭାବ ହ୍ରାସ ହେବା ସହ ସହରାଞ୍ଚାଳରେ ପରିବର୍ତ୍ତନ ଆଣିବା ନେଇ ସରକାର ଆଶା ରଖିଛନ୍ତି ।