ସରକାରଙ୍କ ବିକାଶ କଥା ନେଇ ପଂଚାୟତରୁ ପଞ୍ଚାୟତ ବୁଲିବ ବିକାଶ ବାହନ

ଗୁରୁବାର ରାଜ୍ୟସ୍ତରୀୟ ବିକାଶ ବାହନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠାରୁ ଏହା ଜୁନ୍‌ ୨୧ ଯାଏ ଗଡ଼ିବ। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସରକାରୀ ଯୋଜନା ସମ୍ବନ୍ଧରେ ଲୋକକଙ୍କୁ ସଚେତନତା କରିବା। ଲୋକଙ୍କ ସେବାରେ ସମର୍ପିତ ଏକ ବର୍ଷ । ନାରୀ ଶକ୍ତି, ଯୁବ ଶକ୍ତି, ଅନ୍ନଦାତା, ସାମାଜିକ ପ୍ରତିବଦ୍ଧତାର ବାର୍ତ୍ତା ବାଣ୍ଟିବ । ସୁଭଦ୍ରା ଯୋଜନା, ପଛୁଆ ବର୍ଗ ସଂରକ୍ଷଣ, ଇନପୁଟ ସହାୟତା ଭଳି ବିଭିନ୍ନ ବାର୍ତ୍ତା ବାଣ୍ଟିବ ଏହି ବିକାଶ ବାହନ । ରାଜ୍ୟର ୩୧୪ଟି ବ୍ଲକରେ ଏହି ବିକାଶ ବାହନ ବୁଲିବ। ଏଥିସହିତ ୫ ମହାନଗର ନିଗମ, ୧୧୫ ପୌରାଞ୍ଚଳରେ ବି ଏହି ଯାନ ବୁଲି ସଚେତନ କରିବ।

ଅଧିକ ପଢନ୍ତୁ

kc ads