ସରକାରଙ୍କ OBC ସଂରକ୍ଷଣକୁ ନେଇ ଅରୁଣ ସାହୁଙ୍କ କଟାକ୍ଷ

ସରକାରଙ୍କ OBC ସଂରକ୍ଷଣକୁ ନେଇ ସାମ୍ୱାଦିକ ସମ୍ମିଳନୀରେ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଓଡ଼ିଶା ସରକାର ଓବିସିଙ୍କୁ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଏକ ଧୋକା ଓ ପ୍ରବଞ୍ଚନା ।ବିଜେଡି ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିବା ପାଇଁ ଜୋରଦାର୍ ଦାବି କରିଥିଲା। ହେଲେ ବିଜେପି ସରକାର ଏହାର ବିଶ୍ଳେଷଣ ନକରି ତରବରିଆ ନିଷ୍ପତ୍ତି ନେଇଛନ୍ତି। ଗ୍ରାଜୁଏସନ୍ ଓ ପିଜିରେ ସିଟ୍ ଖାଲି ପଡୁଛି। ଅଥତ ସରକାର ସେଠାରେ ସଂରକ୍ଷଣ ଲାଗୁ କରି ବାଃ ବାଃ ନେଉଛନ୍ତି । ଏହା କିପରି ବିଚାର ଓ ନିଷ୍ପତ୍ତି ବୋଲି ପ୍ରଶ୍ନ କରିଛି ବିଜୁ ଜନତା ଦଳ । ଏହା ସହିତ ଶିକ୍ଷା କ୍ଷେତ୍ରରେ ଏସସି/ଏସଟି ମାନଙ୍କୁ ମଧ୍ୟ ଉଚିତ ସଂରକ୍ଷଣ ଦିଆଯାଉ। ସେହିପରି ମେଡିକାଲ୍ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବାକୁ ଦାବି କରିଛି ବିଜେଡି। । ଏହା ବିରୋଧରେ ବିଜୁ ଜନତା ଦଳ ୨୧ ତାରିଖରେ ଆନ୍ଦୋଳନ କରିବ । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ବିଜେଡି ଓବିସି ସେଲ୍ ଉପସଭାପତି ଅରୁଣ ସାହୁ ।

ଅଧିକ ପଢନ୍ତୁ

kc ads