ଚାକିରି ଠକେଇ ମାମଲାରେ ରବିବାର କଟକରୁ ୨ ଜଣଙ୍କୁ ଗିରଫ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗରେ ଚାକିରି ଯୋଗାଇବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକେଇ ଅଭିଯୋଗରେ ଦୁଇ ଭାଇଙ୍କୁ ମଙ୍ଗଳାବାଗ ପୋଲିସ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ଭାଇ ଅର୍ଜିତ ମହାନ୍ତି ଏବଂ ଅର୍ପିତା ମହାନ୍ତି ବୋଲି ଜଣାପଡିଛି।ପ୍ରତି ଆଶାୟୀଙ୍କ ଠାରୁ ୨୦ ରୁ ୩୦ ହଜାର ଟଙ୍କା ନେଉଥିଲେ ଅଭିଯୁକ୍ତ ।
ଅଭିଯୁକ୍ତମାନଙ୍କ ଠାରୁ ଏକ ଦାମୀ କାର, ଏକ ସ୍କୁଟି, ଦୁଇଟି ଫୋନ, ନଗଦ ୧୦ ହଜାର ଟଙ୍କା, ଏଟିଏମ କାର୍ଡ,ପ୍ୟାନ କାର୍ଡ, କିଛି ବାୟୋଡାଟା, ଜାଲ ନିଯୁକ୍ତି ପତ୍ର, ଜାଲ ସିଲ୍ ଜବତ୍ କରିଛି ପୋଲିସ।ରିପୋର୍ଟ ଅନୁଯାୟୀ, ସରକାରୀ ଚାକିରି ଯୋଗାଇବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଅଭିଯୁକ୍ତମାନେ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ। ବିଭିନ୍ନ ଜିଲାର ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ମେଡିକାଲ କଲେଜଗୁଡ଼ିକରେ ANM, GNM, ଡାଟା ଏଣ୍ଟ୍ରି ଅପରେଟର, ଆଟେଣ୍ଡାଣ୍ଟ ଇତ୍ୟାଦି ପଦବୀରେ ନିଯୁକ୍ତି ଯୋଗାଇଦେବାକୁ ପ୍ରତିଶୃତି ଦେଇ ସେମାନେ ଟଙ୍କା ନେଇଥିଲେ। ଏପରିକି କିଛି ଆଶାୟୀଙ୍କ ସେମାନେ ନକଲି ନିଯୁକ୍ତି ପତ୍ର ଦେଇଥିଲେ।