ସରକାରୀ ଜମିରେ ଜବରଦଖଲ ଉଚ୍ଛେଦ, ତହସିଲଦାରଙ୍କୁ ମାଡ ସହ ଟଣା ଓଟରା ଅଭିଯୋଗ

ସରକାରୀ ଜମିରେ ଜବରଦଖଲ ହୋଇଥିବା ଘରଭଙ୍ଗାକୁ ନେଇ ଉତ୍ତେଜନା । ମୟୂରଭଞ୍ଜ କୁଳିଅଣା ତହସିଲଦାରଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ଟଣାଓଟରା କରିବା ସହ ମାଡ଼ ମାରିଥିବା ନେଇ ଅଭିଯୋଗ । ତହସିଲଦାରଙ୍କୁ କୁଳିଅଣା ଥାନା ପର୍ଯ୍ୟନ୍ତ ଘୋଷାଡ଼ି ଘୋଷାଡି ନେଲେ ଉତ୍ତ୍ୟକ୍ତ ଗ୍ରାମବାସୀ । କୁଳିଅଣା ଥାନାରେ ଉତ୍ତେଜନା ଜାରି ରହିଛି । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ କୁଳିଅଣା ବ୍ଲକ୍‌ର ତିତିରି ଅଞ୍ଚଳରେ ସରକାରୀ ଜମି ଜବଦଖଲରେ ଥିବା ଘର ଭାଙ୍ଗିବା ନେଇ ସୂଚନା ଦିଆଯାଇଥିଲା ।ସରକାରଙ୍କ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଚାଲୁଥିବାବେଳେ କୁଳିଅଣା ତହସିଲଦାରଙ୍କୁ ଟଣାଓଟରା ସହ ମାଡ଼ ଅଭିଯୋଗ ହୋଇଛି ।

ତହସିଲଦାରଙ୍କୁ କୁଳିଅଣା ଥାନା ପର୍ଯ୍ୟନ୍ତ ଘୋଷାଡ଼ି ଘୋଷାଡି ନେଲେ ଉତ୍ତ୍ୟକ୍ତ ଗ୍ରାମବାସୀ । କୁଳିଅଣା ଥାନାରେ ଉତ୍ତେଜନା ଜାରି ରହିଛି ।ତିତିରି ଅଞ୍ଚଳର ସରକାରୀ ଜାଗାରେ ଦୀର୍ଘ ବର୍ଷ ଧରି ଘର କରି ରହିଥିଲେ ପ୍ରାୟ ୪୨ ପରିବାର । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩୫ଟି ଘର ଭାଙ୍ଗିବାକୁ କୁହାଯାଇଥିଲା । ଆଜି ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିବାବେଳେ ଗ୍ରାମବାସୀ ବିରୋଧ କରିଥିଲେ । ନିଆଁ ଜାଳି ବାଉଁଶ ବାନ୍ଧି ଉତ୍ତ୍ୟକ୍ତ ଲୋକେ ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ପରେ କୁଳିଅଣା ତହସିଲଦାରଙ୍କୁ ମାଡ ମାରିଥିଲେ ଉତ୍ତ୍ୟକ୍ତ ଲୋକ ।

ଅଧିକ ପଢନ୍ତୁ

kc ads