ସରକାରୀ ନାଲିବତୀ ଗାଡ଼ି ଡ୍ରାଇଭରଙ୍କ ଦବଙ୍ଗଗିରି! ଚାନ୍ଦା ଆଦାୟ କରି ବିଦା ହେଲେ ଡ୍ରାଇଭର

ବାଙ୍କୀ ଉପଜଲାପାଳଙ୍କ ସରକାରୀ ନାଲିବତୀ ଗାଡ଼ି ଡ୍ରାଇଭରଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଏଭଳି ଘଟଣାକୁ ନେଇ କଟକ ଜିଲ୍ଲାରେ ଚର୍ଚ୍ଚା ଲାଗିରହିଛି।‌ଉପଜିଲ୍ଲାପାଳଙ୍କ ଗାଡ଼ି ନେଇ ରାତିରେ ବାଲି ଟ୍ରକ୍‌ରୁ ଚାନ୍ଦା ଆଦାୟ ଅଭିଯୋଗ ହୋଇଛି। ହାତରେ ପାଇପ୍‌ ଧରି ଧମକାଇବା ସହ କାଗଜପତ୍ର ମାଗି ଚାନ୍ଦା ଆଦାୟ କରୁଥିବା ଜଣାପଡ଼ିଛି।‌ ଉପଜିଲାପାଳ ସରକାରୀ କାର୍ଯ୍ୟରେ ବ୍ୟସ୍ତ ବେଳେ ଏପରି କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଘଟଣା ପରେ ଅଭିଯୁକ୍ତ ଡ୍ରାଇଭରଙ୍କୁ ବିଦା କରାଯାଇଛି ବୋଲି କହିଛନ୍ତି ଉପଜିଲାପାଳ।

ଅଧିକ ପଢନ୍ତୁ

Odisha Darpan Digital