
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଭାଟସାହି କ୍ଲଷ୍ଟରର ଚଣ୍ଡିବସ୍ତ ଗ୍ରାମ ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ ମାଙ୍କପଲ୍ଲୀର ପ୍ରଧାନ ଶିକ୍ଷୟତ୍ରୀ ନଳିନୀପ୍ରଭା ସାହୁଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରମେଶଚନ୍ଦ୍ର ମହାରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜଣେ ଶିକ୍ଷକ ସବୁଦିନ ପାଇଁ ଶିକ୍ଷକ ଏବଂ ନମସ୍ୟ ମଧ୍ୟ ତା’ର କେବେ ଅବସର ନଥାଏ ।ଏଭଳି ମତବ୍ୟକ୍ତ କରିଛନ୍ତି ଅତିଥିମାନେ । ସେ ଜଣେ କର୍ମଠ, ଦକ୍ଷ ଏବଂ ମେଳାପି ଶିକ୍ଷୟତ୍ରୀ ଥିଲେ । ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ନୟାଗଡ଼ ବ୍ଲକ୍ ଅଧ୍ୟକ୍ଷ କିଶୋରଚନ୍ଦ୍ର ସାହୁ, ଚଣ୍ଡିବସ୍ତ ଗ୍ରାମପଞ୍ଚାୟତ ସରପଞ୍ଚ ରବିନ୍ଦ୍ର କୁମାର ସାହୁ, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିପିଚନ୍ଦ୍ର ଦାସ, ସାଧାରଣ ସମ୍ପାଦକ ଭକ୍ତବଲ୍ଲବ ବଟକୃଷ୍ଣ ମିଶ୍ର, ସିଆରସିସି ସନ୍ତୋଷ କୁମାର ପ୍ରଧାନ, ଏବିଇଓ ଧନେଶ୍ଵର ସେଠୀ, ଏବିଇଓ ସଂଜୟ କୁମାର ମଲ୍ଲିକ ପ୍ରମୁଖ ଯୋଗଦାନ କରି ନଳିନୀପ୍ରଭା ସାହୁଙ୍କର କାର୍ଯ୍ୟଦକ୍ଷତା ଉପରେ ମତବ୍ୟକ୍ତ କରିଥିଲେ । ଏହି ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ମାଙ୍କପଲ୍ଲି ଗ୍ରାମକମିଟି, ଭାଟସାହି କ୍ଲଷ୍ଟର ଅଧ୍ଵନରେ ଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଶୁଭଲକ୍ଷ୍ମୀ ରାଉତ ଏବଂ ମାଙ୍କପଲ୍ଲି ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।