ଗୁରୁବାର କଟକରେ ରାଜ୍ୟ ପରିବହନ ପ୍ରାଧିକରଣ (STA)ର ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ସହ ଜଡିତ ନଅଟି ସମ୍ପତ୍ତି ଉପରେ ଭିଜିଲାନ୍ସ ଅଧିକାରୀମାନେ ଏକକାଳୀନ ଚଢାଉ କରିଛି। ପ୍ରଦୀପ ଜ୍ଞାତ ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଚଢାଉ କରାଯାଇଥିଲା, ଯାହା ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ନୟାଗଡ ଏବଂ କଟକ ସମେତ ବିଭିନ୍ନ ସ୍ଥାନରେ କରାଯାଇଥିଲା।ଯେଉଁଠି ଆଖି ପକାଇଲେ ଖାଲି ସୁନା ଗହଣା। ସୁନା ଚୁଡ଼ି, କାନ ଫୁଲ, ମୁଦି ଓ ଭଳିକି ଭଳି ସୁନା ହାର । ଆମେରିକାନ ହାରରେ ଖଞ୍ଜା ହୋଇଛି ଦାମିକିଆ ରତ୍ନପଥର। ଆଖି ଝଲସିଲା ଭଳି ସୁନା ଅଳଙ୍କାର ସହ ରହିଛି ୩ଟି ସୁନା ବିସ୍କୁଟ । ପ୍ରତି ବିସ୍କୁଟର ଓଜନ ଶହେ ଗ୍ରାମ।
ଏସବୁକୁ ଦେଖିଲେ ସନ୍ଦେହ ହେଉଛି ଯେ, ସ୍ତ୍ରୀଙ୍କ ସୁନା ସଉକ ପୂରଣ କରିବାକୁ ଦୁର୍ନୀତିରେ ବୁଡ଼ିଥିଲେ ବାବୁ ଜଣକ। ପତ୍ନୀଙ୍କ ପାଇଁ ସୁନା ଆଉ ନିଜ ପାଇଁ ବ୍ୟାଙ୍କ ବାଲାନ୍ସ ବଢାଇବାକୁ ବେଆଇନ ଭାବେ ଟଙ୍କା ଯୋଗାଡରେ ଲାଗିପଡିଥିଲେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବା ଏସଟିଏର ଯୁଗ୍ମ କମିଶର ପ୍ରଦୀପ ମହାନ୍ତି । ଚଢାଉ ଦଳରେ ଦୁଇ ଜଣ ଅତିରିକ୍ତ ଏସପି, ୧୩ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର ଏବଂ ୨୫ ଜଣ ଏଏସଆଇ ଅନ୍ତର୍ଭୁକ୍ତ। ଭୁବନେଶ୍ୱରରେ ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶରେ ଏହି ଅଭିଯାନ ଚାଲିଛି ବୋଲି ସୂଚନା ମିଳିଛି।ପରିବହନ ବିଭାଗର ବିଭିନ୍ନ ଉଚ୍ଚ ପଦପଦବୀରେ ଥାଇ ଏଭଳି ବେଆଇନ ସମ୍ପତ୍ତି ଠୁଳ କରିଛନ୍ତି ପ୍ରଦୀପ ମହାନ୍ତି। ଭୁବନେଶ୍ୱର ମୈତ୍ରୀ ବିହାରରେ ୨୪ଶହ ବର୍ଗଫୁଟ୍ର ୩ ମହଲା ଘର ଓ ଖୋର୍ଦ୍ଧା ଗୋବିନ୍ଦ ପ୍ରସାଦରେ ନିର୍ମାଣଧୀନ ୫ ମହଲା କୋଠା | ଭୁବନେଶ୍ୱର ରଘୁନାଥପୁରରେ ୧ କୋଟି ଟଙ୍କାର ଫ୍ଲାଟ୍ |ନୟାଗଡରେ ୧୪ ଏକରର ଫାର୍ମ ହାଉସ | ଭୁବନେଶ୍ୱର, ଖୋର୍ଦ୍ଧା, ରଣପୁର ଓ ନୟାଗଡ଼ରେ ୧୧ଟି ଦାମୀ ପ୍ଲଟ୍
୪ଟି ଚାରି ଚକିଆ ଓ ଗୋଟିଏ ବୁଲେଟ୍ ଗାଡ଼ି ବାବୁଙ୍କ ନାଁରେ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି