ସରସ୍ୱତୀ ପୂଜାରେ ମଦ ପିଇ ରସ୍ତାରେ ଗଡିଲେ ଛାତ୍ର । ଫୁଲବାଣୀ ଟିକାବାଲି ଅଞ୍ଚଳରେ ଏକ ଉଚ୍ଚ ବିଦ୍ୟାଳୟରେ ଦୁଇ ନବମ ଶେଶ୍ରଣୀ ଛାତ୍ର ସ୍କୁଲ ୟୁନିଫର୍ମ ପିନ୍ଧି ମଦ୍ୟପାନ କରି ବଜାର ଭିତରେ ପଡିବା ଘଟଣାରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଞ୍ଚଳବାସୀ ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ଉଭୟ ଛାତ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସୂଚନାମୁତାବକ ଗତକାଲି ଦିନ ସାଢେ ୧୨ଟାରେ ଟିକାବାଲି ପୋଷ୍ଟ ଅଫିସ ନିକଟ ବିଏସଏନଏଲ ଟାୱାର ତଳେ ସେମାନେ ନିଶାସକ୍ତ ହୋଇ ତଳେ ପଡିଥିବା ଦେଖିବାକୁ ମିଳିଥିଲା । ପରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଏହି ଖବର ଦେବା ପରେ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ଦୁଇ ଛାତ୍ର ସରକାରୀ ହଷ୍ଟେଲରେ ରହି ପଢୁଥିବା ସୂଚନା ମିଳିଛି ।
