୧୦୮ ଆମ୍ବୁଲାନ୍ସ ପାଇଁ ସୋମବାର ଟେଣ୍ଡର ପ୍ରକ୍ରିୟା ସରିଛି।ତେବେ କାଗଜପତ୍ର ପାଇଁ ଆଉ ସପ୍ତାହେ ଲାଗିବ। ଟେଣ୍ଡର ସରିବାର ୬୦ ଦିନରେ ୪୩୨ ଆମ୍ବୁଲାନ୍ସ ଆସିବ। ଏନେଇ ୧୦୮ ଆମ୍ବୁଲାନ୍ସ ଓଡ଼ିଶା ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ ସୂଚନା ଦେଇଛନ୍ତି।ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସେବା ଜାରି ରଖିବା ଲାଗି ୨୩୮୮.୪୫ କୋଟି ଟଙ୍କାର ବ୍ୟୟ ଅଟକଳକୁ ଗତ ଏପ୍ରିଲରେ ରାଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଥିଲେ।
