ପ୍ରୟାଗରାଜର ସଙ୍ଗମ କୂଳରେ ମହାକୁମ୍ଭମେଳା ଶେଷ ହୋଇଛି ଏବଂ ଲୋକମାନେ ଏଠାରେ ନିରନ୍ତର ପବିତ୍ର ବୁଡ଼ ପକାଇଛନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ କୁମ୍ଭ ଯାଇପାରି ନାହାଁନ୍ତି ।ସେହିପରି ଜଣେ ପତ୍ନୀ ମହାକୁମ୍ଭକୁ ସ୍ନାନ କରିବାକୁ ଆସି ତାଙ୍କ ସ୍ୱାମୀଙ୍କୁ ମଧ୍ଯ ଡିଜିଟାଲ ସ୍ନାନ କରାଇ ଦେଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ମହିଳା ସଙ୍ଗମର ପବିତ୍ର ଜଳ ମଝିରେ ଠିଆ ହୋଇଛନ୍ତି। ସେ ହାତରେ ଏକ ମୋବାଇଲ୍ ଫୋନ୍ ଧରିଥିବା ବେଳେ ତାଙ୍କ ସ୍ୱାମୀଙ୍କ ସହ ଭିଡିଓ କଲରେ କଥା ହେଉଛନ୍ତି। ସେ ତାଙ୍କୁ ମଧ୍ଯ ପୁଣ୍ୟରେ ଭାଗିଦାର କରିବାକୁ ଯାଇ ଅନଲାଇନରେ ସ୍ନାନ କରାଇବା ଆରମ୍ଭ କରିଛନ୍ତି। ଏଥିପାଇଁ ସେ ମୋବାଇଲକୁ ଦୁଇରୁ ତିନିଥର ପାଣିରେ ବୁଡ଼େଇ ଦେଇଛନ୍ତି। ଏହାପରେ ସେ ହସୁଥିବା ଦେଖିବାକୁ ମିଳିଛି।