ସରିଲା ରତ୍ନଭଣ୍ଡାର କାମ । ଉଭୟ ଭିତର ଓ ବାହାର କତ୍ନଭଣ୍ଡାର କାମ ଶେଷ ହୋଇଛି । ପାଖାପାଖି ୯୫ ଦିନ ସଂରକ୍ଷଣ ଓ ମରାମତି କାମ ଚାଲିଥିଲା । ୩୩୨ ଘଣ୍ଟାର ମରାମତି ଓ ସଂରକ୍ଷଣ କାମ ଚାଲିଥିଲା । ମୋଟ ୧୫ଟି ଷ୍ଟେନଲେସ୍ ଷ୍ଟିଲ ବକ୍ସ ବିମ୍ ଲଗାଯାଇଛି । ୫୨୦ ଛୋଟବଡ଼ ପଥର ବଦଳ କରାଯାଇଛି । ଛାତକୁ ୱାଟର ପ୍ରୁଫ୍ କରାଯାଇଛି । ଏବେ ଆଉ ପାଣି ଗଳିବ ନାହିଁ । ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ପରେ ଏଏସଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚାବି ହସ୍ତାନ୍ତର କରିଛି। ପ୍ରାୟ ଦୁଇଶହ କିମ୍ବା ତିନି ଶହ ବର୍ଷ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି। ୨୦୨୪ ଜୁଲାଇ ୧୪ ରୁ ଭିତର ଓ ବାହାର ରତ୍ନଭଣ୍ଡାର ଖୋଲା ଯାଇଥିଲା। ରତ୍ନ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରାଯାଇଥିଲା। ୧୭ ଡିସେମ୍ବର ୨୦୨୪ରୁ ଆରମ୍ଭ ହୋଇଥିଲା ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ୬ ମାସ ଧରି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଥିଲା। ମହାପ୍ରଭୁଙ୍କ ବିଭନ୍ନ ନୀତି କାନ୍ତି ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ମରାମତି କାର୍ଯ୍ୟ ବନ୍ଦ ରଖାଯାଇଥିଲା। ୯୫ ଦିନ ଧରି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଚାଲିଥିବା ବେଳେ ୩୩୨ ଘଣ୍ଟା ୪୭ ମିନିଟ କାର୍ଯ୍ୟ ହୋଇଛି।
