ସରିଲା ହୁଣ୍ଡି ଗଣତି।

ରାୟଗଡା-ଦୀର୍ଘ ୧୦ ଘଣ୍ଟାର ଗଣତି ପରେ ଶେଷ ହେଲା ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣି ମନ୍ଦିରର ୯ଟି ହୁଣ୍ଡିର ଗଣତି । ଗଣତି ଶେଷରେ ହୁଣ୍ଡିରୁ ନଗଦ ୯୪ ଲକ୍ଷ ୪୯ ହଜାର 0୫୪ ଟଙ୍କା, ୯୩ ଗ୍ରାମ ୧ ମିଲିଗ୍ରାମ ସୁନା, ୨ କେଜି ୧୭୦ ଗ୍ରାମ ଓଜନର ରୁପା ସହ ୭ଟି ବିଦେଶୀ ମୁଦ୍ରା ମିଳିଛି । ଆଜି ସକାଳ ୧୦ ଟା ୩୦ ମିନିଟ ସମୟରୁ ଗଣତି ଆରମ୍ଭ ହୋଇଥିଲା । ଏହି ଗଣତିରେ ୨୦୦ ଜଣ ସ୍ବେଛାସେବୀ ନିୟୋଜିତ ହୋଇଥିଲେ । ଆଜି ସକାଳ ୧୦.୩୦ ମିନିଟରୁ ଗଣତି ଆରମ୍ଭ ହୋଇ ରାତ୍ରି ୯ଟା ପର୍ଯ୍ୟନ୍ତ ଚାଲିଥିଲା ।ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି ୬ ମାସ ପରେ ଆଜି ଖୋଲା ଯାଉଛି, ଦେବୋତ୍ତର ବିଭାଗ, ସ୍ଥାନୀୟ ତହସିଲଦାର, ଆରଆଇ, ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ପୋଲିସଙ୍କ ତତ୍ବାବଧାନରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତି ରେ ୯ଟି ଦାନ ହୁଣ୍ଡି ଆଜି ସକାଳ ୧୦.୩୦ ମିନିଟ ସମୟରୁ ଖୋଲାଯାଇ ଗଣତି ଚାଲିଥିଲା ।

ହୁଣ୍ଡିରୁ ଦାନ ଅର୍ଥ ଗଣତି କର୍ଯ୍ୟରେ ବିଭିନ୍ନ ସଂଘଟନର ମହିଳା ଓ ପୁରୁଷ ସେଚ୍ଛାସେବି ସଦସ୍ୟ, ଓ କିଛି ଛାତ୍ରଛାତ୍ରୀ ଙ୍କୁ ନୀୟଜିତ କରାଯାଇଛି ଏଥିରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଗଣତି ପକ୍ରିୟାରେ ନିୟଜିତ ହୋଇଥିଲେ । ଗଣତି କାର୍ଯ୍ୟରେ ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ଗଣନ୍ତି ରେ ନୀୟଜିତ ଏସ.ହେଚ୍.ଜି ମହିଳା ସଦସ୍ୟ ମାନେ । ଏହି ଅର୍ଥକୁ ୟୁନିୟନ ବ୍ୟାଙ୍କ ମୁଖ୍ୟ ଶାଖାରେ ଜମା କରାଯାଇଛି । ଏହି ଅର୍ଥରୁ ମିଳୁଥିବା ସୁଧରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ସହ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟି ।*

ଅଧିକ ପଢନ୍ତୁ