ସର୍ଚ୍ଚ ଅପରେସନ ବେଳେ ୧୬ ମାଓବାଦୀ ଗିରଫ

ସୁରକ୍ଷା କର୍ମୀଙ୍କ ଅପରେସନ ବେଳେ ଧରା ପଡିଲେ ୧୬ ଜଣ ହାର୍ଡକୋର ମାଓବାଦୀ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାର ୩ଟି ଭିନ୍ନ ଭିନ୍ନ ଜଙ୍ଗଲରୁ ଯବାନ ମାନେ ଏହି ୧୬ ଜଣ ମାଓବାଦୀଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଖବର ଅନୁଯାୟୀ, ସୁରକ୍ଷାକର୍ମୀଙ୍କ ପକ୍ଷରୁ ମାଲକାନଗିରି ସୀମାନ୍ତ ଛତିଶଗଡର ଗାଙ୍ଗାଲୁର, ବାସାଗୁଡ଼ା, ଜାଙ୍ଗଲାରେ ସର୍ଚ୍ଚ ଅପରେସନ ଚାଲିଛି । STF, DRG ଏବଂ CRPF ଜବାନଙ୍କ ପକ୍ଷରୁ ମିଳିତ ଭାବେ କୁମ୍ବିଂ ଅପରେସନ ବେଳେ ୧୬ ଜଣ ମାଓବାଦୀ ଗିରଫ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସ୍‌ପି ।

ତେବେ ଏମାନେ ମାଓ ସଙ୍ଗଠନରେ ଦୀର୍ଘ ବର୍ଷ ଧରି ରହିବା ସହ ଅନେକ ହିଂସା କାଣ୍ଡରେ ସାମିଲ୍ ଅଛନ୍ତି । । ଗିରଫ ପରେ ସେମାନଙ୍କ ନିକଟରୁ ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଯାହା ମଧ୍ୟରେ ଆଇଇଡି, ପ୍ରେସର କୁକର ବୋମା, ଟିଫିନ ବୋମା, କୋଡେକ୍ସ ତାର ଓ ଜିଲୋଟିନ ଷ୍ଟିକ୍‌ ରହିଛି ।

ଅଧିକ ପଢନ୍ତୁ