ସର୍ଜରୀ ବିଭାଗକୁ ଚିକିତ୍ସା ପାଇଁ ଆସିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ

ସର୍ଜରୀ ବିଭାଗକୁ ଚିକିତ୍ସା ପାଇଁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମପତ୍ନୀ ପ୍ରିୟଙ୍କା ମାରାଣ୍ଡି। କୌଣସି ଏକ ଅସ୍ତ୍ରୋପଚାର ପାଇଁ ସେ ଆସିଥିବା ସୂଚନାରୁ ଜଣାପଡ଼ିଛି। ଏନେଇ ସନ୍ଧ୍ୟାରେ ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେବେ।ତାଙ୍କର ଏକ ଛୋଟ ଧରଣର ଅସ୍ତ୍ରୋପଚାର କରାଯିବ। ଏଥିପାଇଁ ମେଡିକାଲ ପକ୍ଷରୁ ଏକ ୧୦ ଜଣିଆ ଡାକ୍ତରୀ ଟିମ ପ୍ରସ୍ତୁତ କରାଯାଇଛି ।ସର୍ଜରୀ ବିଭାଗ ପ୍ରଫେସର ଏଲ. ଭି. ଗୌରିଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯିବ। ଆଜି ଶ୍ରୀମତୀ ମାରାଣ୍ଡିଙ୍କର ସବୁ ପ୍ରକାର ପରୀକ୍ଷା ନିରୀକ୍ଷା କରାଯାଇଛି। ଡାଇବେଟିସ, ରକ୍ତଚାପ, କାର୍ଡିଓଲୋଜି, ରେସ୍ପିରେଟୋରି, ଆନାସଥେସିଆ ଆଦି ପରୀକ୍ଷା ଶେଷ ହୋଇଛି ।ସମସ୍ତ ପରୀକ୍ଷା ରିପୋର୍ଟ ଆସିବା ପରେ ଆସନ୍ତାକାଲି ଅସ୍ତ୍ରୋପଚାର ନିମନ୍ତେ ପ୍ରସ୍ତୁତି ଆରମ୍ଭ ହେବ।

ଅଧିକ ପଢନ୍ତୁ