ସର୍ପାଘାତ ଜନିତ ମୃତ୍ୟୁରୁ ବଞ୍ଚାଇବ ସିପିଆର୍ (CPR) !

ସାପ କାମୁଡ଼ାରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖରୁ ବଞ୍ଚିବାରେ ସହାୟକ ହେବ ସିପିଆର୍ (CPR)। ଏପରି କି ୩୦ ଘଣ୍ଟା ଯାଏଁ ବି ସିପିଆର ଦ୍ୱାରା ଲୋକଙ୍କୁ ବଞ୍ଚାଯାଇପାରିବ । ଏହାକୁ ନେଇ ବିଏମସି ଡାକ୍ତରଖାନା ତରଫରୁ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟଙ୍କୁ ସିପିଆର ପ୍ରଶିକ୍ଷଣ ଦିଆଯାଇଛି । ଅନେକ ସମୟରେ ସାପ କାମୁଡ଼ିବା ପରେ ରୋଗୀଙ୍କୁ ନିଶ୍ବାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେବା ସହ ହାର୍ଟ ମଧ୍ୟ ବନ୍ଦ ହେବାରେ ଲାଗିଥାଏ । ଫଳରେ ବେଳେ ବେଳେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ହିଁ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ । ସେହିଭଳି ପରିସ୍ଥିତିରେ କିଭଳି ବ୍ୟକ୍ତିଙ୍କ ଛାତିରେ ଚାପ ଦେଇ ହାର୍ଟକୁ କ୍ରିୟାଶୀଳ କରି ହେବ । ସେନେଇ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି । ଯଦି ଏହା କରାନଯାଏ ତେବେ, ସାପ କାମୁଡ଼ା ରୋଗୀଙ୍କ ଚିକିତ୍ସା ପୂର୍ବରୁ ମଧ୍ୟ ମୃତ୍ୟୁ ହେବା ଆଶଙ୍କା ରହିଛି ।

କିଭଳି କରିବେ ସିପିଆର (CPR) ?

  • ପ୍ରଥମେ ଉକ୍ତ ବ୍ୟକ୍ତିଙ୍କୁ ମୁହଁ ଉପରକୁ କରି ଶୁଆଇବା ଆବଶ୍ୟକ ।
  • ହାତ ଉପରେ ହାତ ରଖି ଦୁଇ ଛାତିର ହାଡକୁ (ଷ୍ଟନମ) ଦବାଇବେ ।
  • ଅତିବେଶୀରେ ୨ରୁ ୨.୫ ଇଞ୍ଚ୍ ଛାତି ଭିତରକୁ ଦବାଇବା ଦରକାର ।
  • ଅତିବେଶୀରେ ୧୦୦ରୁ ୧୨୦ ଥର ପ୍ରତି ମିନିଟରେ ଦବାଇବା ଆବଶ୍ୟକ ।
  • ଏପରି ଛାତିକୁ ୩୦ ଥର ଦବାଇବା ପରେ ମୁହଁରେ ମୁହଁ ଲଗାଇ ଦୁଇ ଥର ନିଃଶ୍ୱାସ ଦେବେ
  • ଡିଫିଲେଟର ତୁରନ୍ତ ଲଗାଇଲେ ଭଲ ହେବ ।
  • ଯାହା ହାର୍ଟ ବିଟକୁ କଣ୍ଟ୍ରୋଲକୁ ଆଣିପାରେ ।

ଅଧିକ ପଢନ୍ତୁ