ସର୍ବସାଧାରଣ ସ୍ଥାନରେ ଖୋଲାଯିବ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର : ଉପମୁଖ୍ୟମନ୍ତ୍ରୀ 

ସପିଙ୍ଗ ମଲରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର୍ ଖୋଲିବାକୁ ବ୍ୟବସାୟୀ ଅନୁଷ୍ଠାନକୁ ଉପମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ । ଆଗକୁ ବସ ଷ୍ଟାଣ୍ଡ, ରେଳ ଷ୍ଟେସନ, ପରିବା ହାଟ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ଖୋଲାଯିବ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର । ସରକାରୀ ଅଫିସ ଓ ଅଭିଯୋଗ ଶୁଣାଣି ସ୍ଥାନରେ ମଧ୍ୟ ୮ଟି ସେଣ୍ଟର ଖୋଲାଯିବ।

ବିଶ୍ଵ ସ୍ତନପାନ ସପ୍ତାହ ଉପଲକ୍ଷେ ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସ୍ତନ୍ୟପାନ ଯୋଗୁଁ ଶିଶୁ ମା’ର କ୍ଲୋଜ଼ ଟୁ ହାର୍ଟ ଅର୍ଥାତ ମା’ ହୃଦୟର ଆହୁରି ନିକଟତର ହୋଇପାରିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ରାଜ୍ୟସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୫ ଅବସରରେ ମତବ୍ୟକ୍ତ କରିଛନ୍ତି । ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନ କନଭେନସେନ ସେଣ୍ଟରରେ ରାଜ୍ୟସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୫ ପାଳିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ତନ୍ୟପାନ ଦ୍ୱାରା ଉଭୟ ମାଆ ଓ ଶିଶୁର ସ୍ଵାସ୍ଥ୍ୟ ଭଲ ରହିବ ବୋଲି ମତ ପ୍ରକାଶ କରିଥିଲେ । ସ୍ତନ୍ୟପାନ ଦ୍ୱାରା ମହିଳାମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସ୍ତନ୍ୟ କର୍କଟ ଓ ଡିମ୍ବାଶୟ କର୍କଟ ଭଳି ଭୟଙ୍କର ରୋଗକୁ ବହୁ ମାତ୍ରାରେ ଏଡାଇ ଯାଇପାରିବ। ଶିଶୁର ପ୍ରାରମ୍ଭିକ ୬ ମାସର ନିରନ୍ତର ସ୍ତନ୍ୟପାନ ଉଭୟ ମା ଓ ଶିଶୁର ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକେଇଥାଏ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଓଡ଼ିଶାରେ ସ୍ତନ୍ୟପାନର ହାର ବୃଦ୍ଧି କରିବାକୁ ସେ ଆହ୍ଵାନ ଦେଇଥିଲେ।

ଅଧିକ ପଢନ୍ତୁ