ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ଦ୍ବିତୀୟ ଲାଇନରେ ଥିବା ସସ୍ ପ୍ରସ୍ତୁତ କାରଖାନା ଉପରେ ଚଢ଼ାଉ କରାଯାଇଛି । ବେଆଇନ ଭାବେ ନକଲି ସସ୍ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ପରେ ଚଡାଉ କରିଛି ପୋଲିସ । ଗତକାଲି କାରଖାନର ମାଲିକ ନଥିବା ଯୋଗୁ କେବଳ ବାହାରପଟୁ କାରଖାନାକୁ ସିଲ୍ କରାଯାଇଥିଲା । ଆଜି ମାଲିକ ଫେରିବା ପରେ ଚଢାଉ କରି କାରଖାନାରେ ରହିଥିବା ସସ୍ ପ୍ରସ୍ତୁତ ସାମଗ୍ରୀ ଓ ସସ୍ କୁ ନେଇ ଅଧିକ ଯାଞ୍ଚ କରାଯାଉଛି ।ତେବେ ଏହି ରେଡ ବେଳେ ବିପୁଳ ପରିମାଣର ସସ୍ ଓ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି। ଏହି କମ୍ପାନୀରେ ଅପମିଶ୍ରଣ ଚାଲିଥିବା ବହୁ ଦିନରୁ ଅଭିଯୋଗ ହୋଇ ଆସୁଥିଲା। ଏହି ଅଭିଯୋଗ ଆଧାରରେ ଖାଦ୍ୟ ସୁରକ୍ଷା ସ୍କ୍ବାଡ୍ ଆଜି ହଠାତ୍ ଉକ୍ତ କମ୍ପାନୀରେ ଚଢାଉ କରିଥିଲା।
ଅଭିଯୋଗ ଅନୁସାରେ ଉକ୍ତ କମ୍ପାନୀ ନାମୀ ଦାମୀ ବ୍ରାଣ୍ଡର ଷ୍ଚିକର୍ ଲଗାଇ ବିକ୍ରି କରାଯାଉଥିଲା। କିନ୍ତୁ ସେଥିରେ କେବେ ତିଆରି ହୋଇଛି ଏବଂ ଏକ୍ସପାୟରୀ ତାରିଖ ଆଦି ସମ୍ପର୍କରେ କୌଣସି ସୂଚନା ଉଲ୍ଲେଖ ନାହିଁ।