ସହକାରୀ ଯନ୍ତ୍ରୀଙ୍କ ‘କୋଠା ସଉକ’

ସହକାରୀ ଯନ୍ତ୍ରୀଙ୍କ କୋଠା ସଉକ। ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ କୋଠା ଦେଖି ତାଜୁବ ଭିଜିଲାନ୍ସ। ତାଙ୍କର ୬ଟି କୋଠା ଠାବ କରାଯାଇଛି। ସେଥିରୁ ୨ଟି ୪ ମହଲା ବିଶିଷ୍ଟ ହୋଇଥିବା ବେଳେ ୨ଟି ୩ ମହଲା ଓ ଆଉ ୨ଟି ୨ ମହଲା ବିଶିଷ୍ଟ କୋଠା। ଏହା ବ୍ୟତୀତ ତାଙ୍କର ୫ଟି ବାସୋପଯୋଗୀ ପ୍ଲଟ ଅଛି।୧୧ଲକ୍ଷ ୫୦ହଜାର ଟଙ୍କା ଡିପୋଜିଟ ଓ ଅନ୍ୟାନ୍ୟ ନିବେଶ ରହିଥିବା ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି। ସେହିପରି ତାଙ୍କର ଦୁଇଟି ଦୁଇ ଚକିଆ ଥିବା ବି ଚଢ଼ାଉ ବେଳେ ଜାଣିବାକୁ ପାଇଛି ଭିଜିଲାନ୍ସ। ଭଞ୍ଜନଗର ଜଳସମ୍ପଦ ବିଭାଗର ଇଞ୍ଜିନିୟର ପ୍ରସନ ସ୍ୱାଇଁଙ୍କ ଘର ସମେତ ୯ଟି ସ୍ଥାନରେ ଏକା ସାଙ୍ଗରେ ଚଢାଉ କରୁଛି ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଟିମ।ସହକାରୀ ଯନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କର ଏହି ସବୁ ଘର ଓ ପ୍ଲଟଗୁଡ଼ିକର ମାପଚୁପ ଏବଂ ମୂଲ୍ୟାୟନ କାର୍ଯ୍ୟ ଜାରି ରଖିଛି ଭିଜିଲାନ୍ସର ବୈଷୟିକ ଟିମ୍। ତେଣୁ ପରେ ଏଗୁଡ଼ିକର ପ୍ରକୃତ ମୂଲ୍ୟ ଜଣାପଡ଼ିବ।୨୪ ବର୍ଷ ଧରି ସେ ଗୋଟିଏ ସ୍ଥାନରେ ଚାକିରି କରୁଥିଲେ।

ଅଧିକ ପଢନ୍ତୁ

Odisha Darpan Digital