ସହିପାରିଲେନି ପ୍ରେମିକଙ୍କ ଆତ୍ମହତ୍ୟା ଖବର, ହାରିଦେଲେ ଜୀବନ।

କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଝୁଲି ପଡ଼ିଲେ ପ୍ରେମୀ ଯୁଗଳ! ବାହା ହୋଇ ଘର ସଂସାର କରିବା ପାଇଁ ସ୍ୱପ୍ନ ଦେଖୁଥିବା ପ୍ରେମୀ ଯୁଗଳ ନିଜ ନିଜ ଘରେ ଝୁଲି ପଡ଼ିଥିବା ଅଭିଯୋଗ ହୋଇଛି। ଅନୁଆରୀ ପଞ୍ଚାୟତ ଅଧୀନ କୁରୁମଚଇନି ଗ୍ରାମରେ ରଞ୍ଜନ କୁମାର ସେଠୀ ସୋମବାର ମଧ୍ୟରାତ୍ରିରେ ଦଉଡିରେ ଝୁଲିପଡ଼ିଥିବା ଖବରପାଇ ଉକ୍ତ ପଞ୍ଚାୟତ ଅନ୍ତର୍ଗତ ବାଇଗେଣୀ ଗ୍ରାମର କଲ୍ୟାଣି ମାଝୀ ।

ମଙ୍ଗଳବାର ଭୋରରେ ଘରେ ରଶିଲଗାଇ ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହ ଥାନାରେ ୨ଟି ପୃଥକ୍‌ ମାମଲା (ନଂ.୩/୨୫ ଓ ୪/୨୫) ରୁଜୁ କରିଛି। ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ । ସେପଟେ ମୃତ ପ୍ରେମୀ ଯୁଗଳଙ୍କ ପରିବାର ଲୋକେ ଏ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି।

ଅଧିକ ପଢନ୍ତୁ