ତିରୁପତି ଲଡୁକୁ ନେଇ ଜାରି ରହିଛି ବିବାଦ। ଏଥିରେ ପଶୁ ଚର୍ବି ଓ ମାଛ ତେଲ ମିଶୁଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ସାରା ଦେଶରେ ଅସନ୍ତୋଷ ଜାରି ରହିଛି। ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ସାଙ୍ଘାତିକ ଅଭିଯୋଗ। ଭକ୍ତ ଜଣକ ଅଭିଯୋଗ କରିଛନ୍ତି ଯେ ସେ ତିରୁପତିର ପ୍ରସିଦ୍ଧ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ପ୍ରସାଦ ଭାବେ ପାଇଥିବା ଲଡୁରେ ତମାଖୁ ପଡ଼ିଥିବା ଦେଖିବାକୁ ପାଇଛନ୍ତି।
ଖମ୍ମମ୍ ଜିଲ୍ଲାର ବାସିନ୍ଦା ଡୋନ୍ଥୁ ପଦ୍ମାବତୀ କହିଛନ୍ତି ଯେ ସେ ସେପ୍ଟେମ୍ବର ୧୯ ତାରିଖରେ ତିରୁପତି ମନ୍ଦିର ପରିଦର୍ଶନ କରିବା ପରେ ଲଡୁରୁ ତମାଖୁ ଆବିଷ୍କାର କରିଥିଲେ। ପଦ୍ମାବତୀ ଲଡୁରୁ ଗୁଟ୍ଖା ଖଣ୍ଡ ଓ କାଗଜ ପାଇବା ପରେ ତାଙ୍କ ପରିବାର ଏବଂ ପଡ଼ୋଶୀମାନଙ୍କୁ ଏ ବିଷୟରେ ଜଣାଇଥିଲେ। ଏହି ସମୟର ଏକ ଭିିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।ପଦ୍ମାବତୀ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ‘ମୁଁ ଯେତେବେଳେ ପ୍ରସାଦ ଆକାରରେ ଲଡୁ ପାଇଲି , ସେତେବେଳେ ଏଥିରୁ ଏକ ଛୋଟ କାଗଜରେ ଗୁଡ଼ାଯାଇଥିବା ତମାଖୁ ଖଣ୍ଡ ପାଇ ମୁଁ ଭୟଭୀତ ହୋଇ ପଡିଥିଲି। ପ୍ରସାଦ ପବିତ୍ର ହେବା ଉଚିତ। ପ୍ରସାଦରୁ ଏହିପରି ପ୍ରଦୂଷଣ ସାମଗ୍ରୀ ମିଳିବା ହୃଦୟ ବିଦାରକ।’