ସାଇକେଲରେ ମାଲକାନଗିରିରୁ ପ୍ରୟାଗରାଜ ଯାତ୍ରା

ସନାତନ ଧର୍ମର ପ୍ରଚାର ପାଇଁ ଏକ ପ୍ରୟାସ କରୁଛନ୍ତି ମାଲକାନଗିରି ସହରର ସମାଜସେବୀ ଦିନେଶ ପଟ୍ଟନାୟକ। ହିନ୍ଦୁ ଧର୍ମର ନୀତି ଆଦର୍ଶକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସେ ମାଲକାନଗିରିରୁ ପ୍ରୟାଗରାଜକୁ ସାଇକେଲରେ ଯାତ୍ରା ଆରମ୍ଭ କରିଛନ୍ତି।ଦୀର୍ଘ ୧୧୦୦ କିଲୋମିଟର ଦୂରତା ୧୨ ଦିନରେ ସମାପ୍ତ କରିବେ ବୋଲି ସେ କହିଛନ୍ତି। ପ୍ରତିଦିନ ସେ ଶହେ କିଲୋମିଟର ଯିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

ତିନୋଟି ରାଜ୍ୟ ଦେଇ ସେ ପ୍ରୟାଗରାଜରେ ପହଞ୍ଚିବାର ଯୋଜନା ଥିବାବେଳେ ରାସ୍ତାରେ ସେ ଅନେକ ଲୋକଙ୍କ ସହ ସାକ୍ଷାତ କରିବା ସହ ସେମାନଙ୍କୁ ସନାତନ ଧର୍ମର ବିଶିଷ୍ଟତା ବୁଝାଇବେ।ମହାକୁମ୍ଭ ମେଳାର ଜଣେ ପ୍ରତ୍ୟକ୍ଷଦର୍ଶୀ ହେବାକୁ ଇଛା ପ୍ରକଟକରି ଏହି ଯାତ୍ରା ଆରମ୍ଭ କରିଥିବା ମଧ୍ୟ କହିଛନ୍ତି।ଏହି ଦର୍ଶନ ତାଙ୍କ ପାଇଁ ପ୍ରଥମ ଏବଂ ଶେଷ ଦର୍ଶନ ହେବ। ଏହା ପୂର୍ବରୁ ସେ ମାଲକାନଗିରିରୁ ଅଯୋଧ୍ୟାର ଶ୍ରୀରାମ ମନ୍ଦିରକୁ ଚାଲି ଚାଲି ଯାଇଥିଲେ। ଆଜି ତାଙ୍କର ଯାତ୍ରା ମାଲକାନଗିରିରୁ ଆରମ୍ଭ ହେବା ବେଳେ ବହୁ ବୁଦ୍ଧିଜୀବୀ,ଜନସାଧାରଣ ଏବଂ ପ୍ରଶଂସକମାନେ ତାଙ୍କୁ ବିଦାୟ ଦେଇ ତାଙ୍କର ସଫଳତା କାମନା କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital