ସାଇବର ଅପରାଧୀଙ୍କୁ ଧରିବା ପାଇଁ ଇ-ଜିରୋ ଏଫଆଇଆର ଆରମ୍ଭ କଲେ କେନ୍ଦ୍ର ସରକାର। କେନ୍ଦ୍ର ଗୃହମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଭାରତୀୟ ସାଇବର ଅପରାଧ ସମବାୟ କେନ୍ଦ୍ର ଅପରାଧୀଙ୍କ ଗତିବିଧିକୁ ଧରିବା ଓ ରୋକିବା ପାଇଁ ନୂଆ ଇ-ଜିରୋ ଏଫଆଇଆର ପ୍ରଣାଳୀ ଆରମ୍ଭ କରିଛନ୍ତି । ଏହି ସୁବିଧା ଦ୍ବାରା ରାଷ୍ଟ୍ରୀୟ ସାଇବର ଅପରାଧ ରିପୋର୍ଟ ପୋର୍ଟାଲ ଏବଂ ହେଲ୍ପ-ଲାଇନ୍ ନମ୍ବର ୧୯୩୦ରେ ରୁଜୁ ହୋଇଥିବା ଅପରାଧ ଗୁଡ଼ିକ ସିଧାସଳଖ ଏଫଆଇଆରରେ ପରିବର୍ତ୍ତନ ହୋଇପାରିବ। ପ୍ରାରମ୍ଭିକ ଭାବରେ, ଏହି ପ୍ରକ୍ରିୟା ୧୦ ଲକ୍ଷ ଟଙ୍କାରୁ ଅଧିକ ପରିମାଣର ମାମଲା ପାଇଁ ପ୍ରଯୁଜ୍ୟ ହେବ। ଗୃହମନ୍ତ୍ରୀ କହିଛନ୍ତି ଯେ କ୍ଷେତ୍ରୀୟ କ୍ଷେତ୍ରାଧିକାର ନିର୍ବିଶେଷରେ, ଇଲେକ୍ଟ୍ରୋନିକ୍ ଭାବରେ ଏଫଆଇଆର ଜାରି କରିବାର ଏହି ପ୍ରକ୍ରିୟା ଶୀଘ୍ର ସାରା ଦେଶରେ କାର୍ଯ୍ୟକାରୀ ହେବ।ମୋଦୀ ସରକାର ଦେଶକୁ ସାଇବର ସୁରକ୍ଷିତ ଦେଶ ଭାବେ ପରିଗଣିତ କରିବାକୁ ଯୋଜନା କରିଛନ୍ତି । ଖୁବଶୀଘ୍ର ଇ-ଏଫଆଇଆର ପ୍ରଣାଳୀ ସାରା ଦେଶରେ ଲାଗୁ ହେବ ବୋଲି ଗୃହମନ୍ତ୍ରୀ ଅମିତ ଶାହ ନିଜ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ।
