ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ। ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ପାଇଁ ଭିତରକନିକା ବନ୍ଦ ନିଷ୍ପତ୍ତି ନିଆଯାଇଛି। କୁମ୍ଭୀର ଗଣନା ପାଇଁ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ ଭିତରକନିକା ସଂଲଗ୍ନ ନଦୀ ନାଳରେ ଗଣନା ହେବ। ସେହିପରି ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ମହାନଦୀ ସାତକୋଶିଆ ଗଣ୍ଡରେ କେତେ ଅଛନ୍ତି କୁମ୍ଭୀର, ଚାଲିଛି ଗଣନା । ୩ ଦିନ ଧରି ଚାଲିବ ଗଣନା କାର୍ଯ୍ୟ । ଏଥିପାଇଁ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ, ମହାନଦୀ ଓ ଆଠମଲ୍ଲିର ବନଖଣ୍ଡରେ ମୋଟ ୧୪ଟି ଟିମ୍ ଗଠନ କରାଯାଇଛି । ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ବନ ବିଭାଗ ପକ୍ଷରୁ ନଦୀକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ମହାନଦୀର ସାତକୋଶିଆ ଗଣ୍ଡ ଓ ଶିଶୁପଥର ଡ୍ୟାମରେ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।
