ସାତ ଦିନ ଧରି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ ।

ବନ୍ଦ ରହିବ ରତ୍ନଭଣ୍ଡାର କାମ । ଫଗୁ ଦଶମୀ ଠାରୁ ହୋଲି ଉତ୍ସବ ଯାଏଁ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ଦୋଳଯାତ୍ରାର ବିଶେଷ ନୀତିକାନ୍ତି ପାଇଁ ବନ୍ଦ ରଖାଯାଇଥିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ଅନୁଷ୍ଠିତ ହେବ । ଏହି ଦିନ ସୁନାବେଶରେ ଦର୍ଶନ ଦେବେ ମହାବାହୁ ।ଆସନ୍ତା ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସାତ ଦିନ ଧରି ରତ୍ନଭଣ୍ଡାର ସଂରକ୍ଷଣ ତଥା ମରାମତି କାର୍ଯ୍ୟ ବନ୍ଦ ରହିବ।

ଅଧିକ ପଢନ୍ତୁ