ସାନି ପରୀକ୍ଷା ନେଇ OPSC ପକ୍ଷରୁ ବିଜ୍ଞପ୍ତି

ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଓଡ଼ିଶା ସିଭିଲ ସର୍ଭିସେସ (ଓସିଏସ୍‌) ମୁଖ୍ୟ ପରୀକ୍ଷା ୨୦୨୩ ଅନ୍ତର୍ଗତ ଆନ୍‌ଥ୍ରୋପୋଲୋଜି ଐଚ୍ଛିକ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି। ଆସନ୍ତା ୧୪ ମେ ୨୦୨୫ରେ ଏହି ବିଷୟର ଏକ ସାନି ପରୀକ୍ଷା ଆୟୋଜନ କରାଯିବ, ଯାହା ଏପ୍ରିଲ ୨୭, ୨୦୨୫ରେ ଅନୁଷ୍ଠିତ ଆନ୍‌ଥ୍ରୋପୋଲୋଜି ପେପର-୧ ଓ ପେପର-୨ରେ ସାମ୍ନାକୁ ଆସିଥିବା ତ୍ରୁଟିକୁ ସମାଧାନ କରିବା ପାଇଁ ନିଆଯାଇଛି। ପରୀକ୍ଷାର ସମୟ ଓ ସ୍ଥାନ ସମ୍ପର୍କିତ ବିସ୍ତୃତ ତଥ୍ୟ ଓପିଏସ୍‌ସିର ଅଫିସିଆଲ ଓ୍ୱେବସାଇଟ www.opsc.gov.in ରେ ଶୀଘ୍ର ପ୍ରକାଶ କରାଯିବ । ପରୀକ୍ଷାର୍ଥୀମାନଙ୍କୁ ନିୟମିତ ଭାବେ ଓ୍ୱେବସାଇଟ ଦେଖି ଆପଡେଟ୍‌ ରହିବାକୁ ପରାମର୍ଶ ଦିଆଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital