ସାନୀ କମ୍ପାନୀ ବଜାରକୁ ଛାଡ଼ିଲା ନୂଆଁ ମଡେଲ ପୋକଲିନ

ରାୟଗଡ଼ ତା ୧୯/୦୨ ରାୟଗଡ଼ ଜିଲ୍ଲାସଦର ମହକୁମା ସ୍ଥିତ ସାନି କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ନୂଆଁ ମଡେଲର ସାନି ପ୍ର ପ୍ରୋକଲିନ ଗାଡ଼ିର ଉନ୍ମୋଚନ କରିଛି । ଯାହାକି ଅନ୍ୟ ଗାଡି ତୁଳନାରେ ଉପଭୋକ୍ତାଙ୍କ ପାଇଁ ଅଧିକ ସୁବିଧା ଓ ସହଜ ଫିଚର ନେଇ ବାହାରକୁ ଆସିଥିବା ବେଳେ ଲୋକଙ୍କ ଚାହିଦା ଅନୁଯାୟୀ ଏହାର ନିର୍ମାଣ କରାଯାଇଥିବା ସାନି କମ୍ପାନୀର ଆଞ୍ଚଳିକ ବ୍ୟବସାୟିକ ପ୍ରବନ୍ଧକ ଗୌରବ ପାଉଲ୍ କହିଛନ୍ତି । ଏହି ଉନ୍ମୋଚନ କାର୍ଯକ୍ରମ ସମୟରେ କି ଆକାଉଣ୍ଟ ପ୍ରବନ୍ଧକ ଅରିଜିତ ଦାସ, ବ୍ୟବସାୟ ପ୍ରବନ୍ଧକ ଅଭିଜିତ ଦିଣ୍ଡା, ସର୍ଭିସ୍ ମ୍ୟାନେଜର ସୁକାନ୍ତ ବରାଳ ଉପସ୍ଥିତ ରହିଥିବା ବେଳେ ରାୟଗଡ଼ ସେଲ୍ସ ବ୍ରାଞ୍ଚର ମ୍ୟାନେଜିଂ ଡାଇରେକ୍ଟର ରଘୁନାଥ ସାମନ୍ତରାୟ ଓ ଜେନେରାଲ ମ୍ୟାନେଜର ମିତୁ ଗୌଡ଼ ଏହାର ସମସ୍ତ ପରିଚାଳନା କରିଥିଲେ।

ଆଜି ଏହି ମଡେଲ ଗାଡ଼ିର ଉନ୍ମୋଚନ କରାଯାଇଥିବା ବେଳେ ୭ ଜଣ ଗ୍ରାହକ ଏହି ମଡେଲ ଗାଡି କ୍ରୟ କରିଛନ୍ତି। ଗାଡ଼ିର ଫିଚର ଓ ବ୍ୟବସାୟିକ ସଫଳତାକୁ ଦୃଷ୍ଟିରେ ରଖି ଏହି ମଡେଲର ଗାଡି ଆଗକୁ ରାୟଗଡ଼ ଜିଲ୍ଲାରେ ଏକ ସଫଳତାର ମାଇଲ ଖୁଣ୍ଟ ଅତିକ୍ରମ କରିବା ବୋଲି ରାୟଗଡ଼ ସାନି ଶାଖା କାର୍ଯ୍ୟାଳୟର ମ୍ୟାନେଜିଂ ଡାଇରେକ୍ଟରଶ୍ରୀ ସାମନ୍ତରାୟ କହିଛନ୍ତି। ଏହି ଉନ୍ମୋଚନ କାର୍ଯକ୍ରମ ପାଇଁ କାର୍ଯ୍ୟାଳୟକୁ ସୁସଜ୍ଜିତ କରାଯାଇ ଥିବା ଦେଖିବାକୁ ମିଳିଛି।

ଅଧିକ ପଢନ୍ତୁ