ସାନ ଭାଇକୁ କାମୁଡ଼ିଲା ଚିତି, ସାପକୁ ବୋତଲରେ ଭରି ହସ୍ପିଟାଲ ଆଣିଲେ ବଡ଼ ଭାଇ

ସାଧାରଣତଃ ସାପ ଦେଖିଲେ ଲୋକେ ଭୟରେ ଦୂରେଇ ଯାଆନ୍ତି, କିନ୍ତୁ ଅନୁଗୋଳରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର । ଭାଇକୁ କାମୁଡ଼ିଥିବା ସାପକୁ ବୋତଲରେ ବନ୍ଦ କରି ହସ୍ପିଟାଲରେ ପହଞ୍ଚିଛି ବଡ଼ ଭାଇ ।ସାପ କାମୁଡ଼ାରେ ଗୁରୁତର ଯୁବକ ଜଣଙ୍କ ହେଲେ ହେଲେ କଲିକତା ରାଜ୍ୟର ମୌସମ ଇସଲାମ। ସୂଚନା ଅନୁସାରେ ମୌସମ ଇସଲାମ ତାଙ୍କ ଭାଇଙ୍କ ସହ ହେମସୁରପଡା ଅଞ୍ଚଳରେ ରହି କାମ କରନ୍ତି। ଗୁରୁବାର ସନ୍ଧ୍ୟାରେ ଉଭୟ ଭାଇ ଚା’ ପିଉଥିବା ସମୟରେ ହଠାତ୍ ଏକ ଚିତି ସାପ ସାନ ଭାଇଙ୍କୁ କାମୁଡ଼ି ଦେଇଥିଲା ।। ଫଳରେ ମୌସମ ଗୁରୁତର ହୋଇଥିଲେ। ଘର ପାଖରେ ଥିବା କିଛି ଲୋକ ତାଙ୍କୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ଖବର ପାଇ ତା’ଙ୍କ ଭାଇ ଜାମ୍ ଡୋଲି ଇସଲାମ ସାପକୁ ଘର ଭିତରୁ ଧରି ମେଡିକାଲ ପରେ ପହଁଚି ଥିଲେ।ସାପଟିକୁ ଦେଖିବା ପରେ ଡାକ୍ତରମାନେ ସାଙ୍ଗେ ସାଙ୍ଗେ ଆଣ୍ଟି ସ୍ନେକ୍ ଭେନମ୍ ବ୍ୟବହାର କରି ଚିକିତ୍ସା ଆରମ୍ଭ କରିଥିଲେ । ବଡ଼ ଭାଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି “ଭାଇକୁ କେଉଁ ସାପ କାମୁଡ଼ିଲା ତାହା ନିଶ୍ଚିତ କରିବା ପାଇଁ ମୁଁ ସାପକୁ ଧରି ଆଣିଥିଲି, ଯେପରି ଡାକ୍ତରଙ୍କୁ ଚିକିତ୍ସାରେ ସୁବିଧା ହେବ,” ।

ଅଧିକ ପଢନ୍ତୁ