ସାପକୁ ଧରି ବାହାଦୁରୀ ମାରୁଥିଲେ, ଦେଲା ଚୋଟେ । ବ୍ୟକ୍ତି ଜଣକ ସାପକୁ ଚୁମା ଦେବା ପାଇଁ ଚେଷ୍ଟା କରୁଥିଲେ । ଯାହାକି ତାଙ୍କୁ ମହଙ୍ଗା ପଡ଼ିଛି ।ଭଦ୍ରକ ଜିଲ୍ଲା ବନ୍ତ ଅଧିନ ଚୟାଲଶିଂ ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଗୁରୁତର ଯୁବକ ଜଣକ ସୁବଳ ସାହୁ ବୋଲି ଜଣାପଡିଛି। ତାଙ୍କୁ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁବଳ ସାହୁ ନାମକ ଜଣେ ଯୁବକ ଜଙ୍ଗଲୀ ରଣା ସାପକୁ ଧରି ବେକରେ ପକାଇ ଖେଳୁଥିଲେ । ସେ ସାପକୁ ଗେଲ କରୁ କରୁ ହଠାତ୍ ସାପଟି ବୁଲି ପଡ଼ି ତାଙ୍କୁ ଚୋଟେ ଦେଇଛି । ମୁହଁକୁ ଜୋର୍ରେ କାମୁଡ଼ି ଦେଇଛି । ତେଣୁ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ହସ୍ପିଟାଲରେ ଭର୍ତି କରାଯାଇଛି । ସେ ଏବେ ଚିକିତ୍ସାଧିନ ରହିଛନ୍ତି । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛନ୍ତି । ସାପଟିକୁ ଚିହ୍ନଟ କରିବା ପାଇଁ ଡାକ୍ତରଖାନା ସାଙ୍ଗରେ ମଧ୍ୟ ନେଇଥିଲେ। ହେଲେ ଡାକ୍ତରମାନେ ମଧ୍ୟ ସାପକୁ ଚିହ୍ନି ପାରି ନଥିଲେ। ଏନେଇ ବିଳମ୍ବିତ ରାତିରେ ଚିକିତ୍ସା କରୁଥିବା ଡାକ୍ତରଙ୍କଠାରୁ ସୂଚନା ପାଇ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ସାପକୁ ରଣା ସାପ ବୋଲି ଚିହ୍ନଟ କରିଥିଲେ ।
