ସାପକୁ ବେକରେ ଗୁଡ଼ାଇ ଡାକ୍ତରଖାନାରେ ପହଁଚିଲେ ବ୍ୟକ୍ତି

ବିହାରର ଜଣେ ବ୍ୟକ୍ତିଙ୍କୁ ଦୁନିଆର ସବୁଠୁ ବିଷଧର ସାପ ଭାବେ ବିବେଚନା କରାଯାଉଥିବା ଚନ୍ଦନ ମନ୍ଦନ ବୁଢା ଚୋଟ ମାରିବା ପରେ ତାକୁ ବେକରେ ଗୁଡ଼ାଇ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଲୁଙ୍ଗି ଓ ଗଞ୍ଜି ପିନ୍ଧିଥିବା ବ୍ୟକ୍ତିଙ୍କ ବେକରେ ବୁଢା ସାପକୁ ଦେଖି ଡାକ୍ତରଖାନାରେ ରୋଗୀଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀ ସମସ୍ତେ ଭୟଭୀତ ହୋଇ ପଡ଼ିଥିଲେ। କାରଣ ସେ କେବଳ ସାପକୁ ବେକରେ ଗୋଡାଇ ନଥିଲେ, ଯନ୍ତ୍ରଣା ଜର୍ଜରିତ ଅବସ୍ଥାରେ ଯେଉଁପରି ଭାବେ ସାପକୁ ଜାବୁଡ଼ି ଧରିଥିଲେ ତାହା ଭୟଙ୍କର ଥିଲା।ଅତ୍ୟଧିକ ଯନ୍ତ୍ରଣା ହେବାରୁ ସାପକୁ ବେକରୁ ବାହାର ନିଜେ ହସ୍ପିଟାଲ ଚଟାଣରେ ଶୋଇପଡ଼ିବା ସହ ସାପ ମୁଣ୍ଡକୁ ଯୋରରେ ଚାପି ଧରିଥିଲେ। ତାଙ୍କର ଏପରି ହରକତ ଦେଖି ଉପସ୍ଥିତ ଲୋକେ ଭୟଭୀତ ହୋଇ ପଡ଼ିଥିଲେ।ସୂଚନା ଅନୁସାରେ, ବିହାରର ଏହି ବ୍ୟକ୍ତି ଜଣକ (ପ୍ରକାଶ ମଣ୍ଡଳ) କିଛି କାମ କରୁ ଥିବାବେଳେ ତାଙ୍କୁ ସାପଟି କାମୁଡ଼ି ଦେଇଥିଲା। ଏହାପରେ ସେ ସେହି କ୍ଷଣି ହିଁ ସାପକୁ ଧରି ପକାଇଥିଲେ।

ଅଧିକ ପଢନ୍ତୁ

Odisha Darpan Digital