ସାବଧାନ୍ ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ: ସ୍ଵାସ୍ଥ୍ୟ ମନ୍ତ୍ରୀ

ବିଧାନସଭା ଅଧିବେଶନର ପଞ୍ଚମ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ରହିଛି । ଗୃହରେ ଆଜି ବିଭିନ୍ନ ବିଭାଗର ପ୍ରଶ୍ନ ଉପରେ ଆଲୋଚନା ହେଉଛି । ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ରହିଛି ପ୍ରଶ୍ନକାଳ । ଏଥି ସହିତ ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗର ପ୍ରଶ୍ନକାଳ ରହିଛି । ତେବେ ବିଧାନସଭାରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଲିଖିତ ଉତ୍ତରରେ କହିଛନ୍ତି ଯେ ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ୍। ୪ ବର୍ଷରେ ଜବତ ହେଲାଣି ୧୬୮ ନକଲି ଔଷଧ। ୩୮୮ ନିମ୍ନମାନର ମେଡିସିନ ମଧ୍ୟ ଜବତ ହୋଇଛି। ବଜାରରୁ ୪ ବର୍ଷରେ ମୋଟ ଅଢେଇ କୋଟିର ନକଲି ମେଡିସିନ ଜବତ ହୋଇଚି। ସେହିପରି ପାନ୍ ୪୦, ପାନଟପ୍, ଟେଲ୍ମା, ପାରାସିଟାମଲ ମେଡିସିନ୍ ଜବତ ହୋଇଛି।

ଅଧିକ ପଢନ୍ତୁ