ସାବଧାନ… ଫଳ ଓ ଲସିରେ ରହିଛି ବିଷ !

ତରଭୁଜ, ଆମ୍ବ, ଲିଚୁ ଆଦି ବିଭିନ୍ନ ପ୍ରକାର ଗ୍ରୀଷ୍ମକାଳୀନ ଫଳ ଖାଉଥିଲେ ସାବଧାନ | ଗ୍ରୀଷ୍ମକାଳୀନ ପାନୀୟ କିମ୍ବା ଫଳ ଖାଇବା ସ୍ବାସ୍ଥ୍ୟପ୍ରତି ନିରାପଦ ନୁହେଁ କାରଣ ଫଳ ପଚେଇବା ପାଇଁ ବ୍ୟବସାୟୀମାନେ ରାସାୟନିକ ପଦାର୍ଥ ଏବଂ ପାନୀୟରେ ବାସୀ ଏବଂ ସମୟସୀମା ସମାପ୍ତ ହୋଇ ଯାଇଥିବା ରାସାୟନିକ ପଦାର୍ଥ ଏବଂ ରଙ୍ଗ ବ୍ୟବହାର କରୁଥିବା ଜାଣି ପାରିଛନ୍ତି ଖାଦ୍ୟ ସୁରକ୍ଷା ନିରୀକ୍ଷକ। ତେବେ ଫର୍ମାଲିନ୍ ଥିବା ଫଳକୁ ଲୁଣିଆ ପାଣିରେ ୧ ଘଣ୍ଟା ବୁଡ଼ାଇ ରଖିଲେ ଫର୍ମାଲିନ୍ ସ୍ତର ପ୍ରାୟ ୯୦ ପ୍ରତିଶତ ହ୍ରାସ ପାଇଥାଏ। ଫର୍ମାଲିନ୍ ଥିବା ଫଳଗୁଡ଼ିକୁ ପ୍ରଥମେ ଭିନେଗାର ପାଣିରେ ଏବଂ ତା’ପରେ ସାଦା ପାଣିରେ ଧୋଇବା ଦ୍ୱାରା ପ୍ରାୟ ୭୦ ପ୍ରତିଶତ ଫର୍ମାଲିନ୍ ଦୂର ହୋଇଥାଏ ।’ଖାଲି ଫଳ କି ପନିପରିବାରେ ନୁହେଁ, ଗ୍ରୀଷ୍ମ ଦିନରେ ମିଳୁଥିବା ଲସିରେ ମଧ୍ୟ ରାସାୟନିକ ବିଷ ଆମେ ଖାଉଛୁ । ଲସିକୁ ଅଧିକ ସ୍ୱାଦିଷ୍ଟ ଓ ସୁଦୃଶ୍ୟ କରିବା ପାଇଁ ଦୋକାନୀମାନେ ବିଭିନ୍ନ ପ୍ରକାରର କେମିକାଲ ସହିତ ରଙ୍ଗ ମିଶାଇଥାନ୍ତି । ଲସିର ରଙ୍ଗ ଦେଖି ଲୋକେ ଆକୃଷ୍ଟ ହୋଇଥାନ୍ତି । ପଇସା ଦେଇ ଲସି କିଣି ପିଇଥାନ୍ତି । ଅନ୍ୟପକ୍ଷେ ଏହାଦ୍ବାରା ରୋଗ ହିଁ କିଣିଥାନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଅଧିକ ପଢନ୍ତୁ